Masthead

କୋଷାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଗୁଲଜାର ଇନ୍ଦର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ପଞ୍ଜାବ କଂଗ୍ରେସରେ ଇସ୍ତଫାକୁ ନେଇ ଏବେ ହଟଚମଟ ଜାରି ରହିଛି । ତେବେ ଆଜି ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ନବଜଜୋତ ସିଂହ ସିଦ୍ଧୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବାର ମାତ୍ର କେଇ ଘଣ୍ଟା ଭିତରେ ସମାନ ପଦକ୍ଷେପ ନେଇଛନ୍ତି ଦଳର କୋଷାଧ୍ୟକ୍ଷ ଗୁଲଜାର ଇନ୍ଦର ତହଲ । ସିଦ୍ଧୁଙ୍କ ଇସ୍ତଫା ଦେବା ପରେ ସେ ଆଜି କୋଷାଧ୍ୟକ୍ଷ ପଦରୁ ନିଜ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ଏ ନେଇ କଂଗ୍ରେସର ଅନ୍ତରଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଅବଗତ କରାଇଛନ୍ତି ।

ସୂଚନା ଅନୁସାରେ ସେପ୍ଟେମ୍ବର ୨୧ରେ କଂଗ୍ରେସ ପକ୍ଷରୁ ଚହଲଙ୍କୁ ଦଳର କୋଷାଧ୍ୟକ୍ଷ ଘୋଷଣା କରିଯାଇଥିଲା । ସେହିପରି ପ୍ରଗତ ସିଂହ ଓ ଯୋଗୀନ୍ଦର ପାଲ ଧିଙ୍ଗାରଙ୍କୁ ଦଳର ସାଧାରଣ ସମ୍ପାଦକ କରାଯାଇଥିଲା । ତେବେ କୋଷାଧ୍ୟକ୍ଷ ପଦରେ ମାତ୍ର ୭ଦିନ ରହିବା ପରେ ସେ ଆଜି ପଦରୁ ଇସ୍ତଫା ନେଇ ଘୋଷଣା କରିଛନ୍ତି । ତେବେ ପଞ୍ଜାବ କଂଗ୍ରସରେ ଆଜି ୨ ଟି ଇସ୍ତଫା ଦଳକୁ ଶକ୍ତ ଝଟକା ଦେଇଛି । ତେବେ ଇନ୍ଦର ଚହଲ ପଞ୍ଜାବର ଜଣେ ଅଭିନେତା । ଅନେକ ଗୀତ ଓ ଫିଲ୍ମରେ ସେ ଅଭିନୟ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି