କୋଷାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଗୁଲଜାର ଇନ୍ଦର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ପଞ୍ଜାବ କଂଗ୍ରେସରେ ଇସ୍ତଫାକୁ ନେଇ ଏବେ ହଟଚମଟ ଜାରି ରହିଛି । ତେବେ ଆଜି ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ନବଜଜୋତ ସିଂହ ସିଦ୍ଧୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବାର ମାତ୍ର କେଇ ଘଣ୍ଟା ଭିତରେ ସମାନ ପଦକ୍ଷେପ ନେଇଛନ୍ତି ଦଳର କୋଷାଧ୍ୟକ୍ଷ ଗୁଲଜାର ଇନ୍ଦର ତହଲ । ସିଦ୍ଧୁଙ୍କ ଇସ୍ତଫା ଦେବା ପରେ ସେ ଆଜି କୋଷାଧ୍ୟକ୍ଷ ପଦରୁ ନିଜ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ଏ ନେଇ କଂଗ୍ରେସର ଅନ୍ତରଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଅବଗତ କରାଇଛନ୍ତି ।

ସୂଚନା ଅନୁସାରେ ସେପ୍ଟେମ୍ବର ୨୧ରେ କଂଗ୍ରେସ ପକ୍ଷରୁ ଚହଲଙ୍କୁ ଦଳର କୋଷାଧ୍ୟକ୍ଷ ଘୋଷଣା କରିଯାଇଥିଲା । ସେହିପରି ପ୍ରଗତ ସିଂହ ଓ ଯୋଗୀନ୍ଦର ପାଲ ଧିଙ୍ଗାରଙ୍କୁ ଦଳର ସାଧାରଣ ସମ୍ପାଦକ କରାଯାଇଥିଲା । ତେବେ କୋଷାଧ୍ୟକ୍ଷ ପଦରେ ମାତ୍ର ୭ଦିନ ରହିବା ପରେ ସେ ଆଜି ପଦରୁ ଇସ୍ତଫା ନେଇ ଘୋଷଣା କରିଛନ୍ତି । ତେବେ ପଞ୍ଜାବ କଂଗ୍ରସରେ ଆଜି ୨ ଟି ଇସ୍ତଫା ଦଳକୁ ଶକ୍ତ ଝଟକା ଦେଇଛି । ତେବେ ଇନ୍ଦର ଚହଲ ପଞ୍ଜାବର ଜଣେ ଅଭିନେତା । ଅନେକ ଗୀତ ଓ ଫିଲ୍ମରେ ସେ ଅଭିନୟ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’