Masthead

ପଞ୍ଜାବ ରାଜନୀତିରେ ଏଣ୍ଟ୍ରି କରିବେ ପିକେ

ଚଣ୍ଡିଗଡ଼(ବଡ଼ ଖବର ବ୍ୟୁରୋ): ବହୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଲଗାତର ନିର୍ବାଚନ ରଣନୀତଜ୍ଞ ପ୍ରଶାନ୍ତ କିଶୋରଙ୍କୁ ନେଇ ଉଠୁଥିବା ପ୍ରଶ୍ପର ଉତ୍ତର ମିଳିଛି । ଅର୍ଥାତ କିଛିଦିନ ହେବ ପ୍ରଶାନ୍ତ ଶାସକ ଦଳ ନା କଂଗ୍ରେସରେ ମିଶିବେ ସେ ନେଇ ପ୍ରଶ୍ନ ଉଠୁଥିଲା । ହେଲେ ପଶ୍ଚିମବଙ୍ଗ ପରେ ଏବେ ପଞ୍ଜାବ ରାଜନୀତିରେ ଏଣ୍ଟ୍ରି କରିବେ ପ୍ରଶାନ୍ତ କିଶୋର । ସେ ବର୍ତ୍ତମାନ କଂଗ୍ରେସର ହାତ ଧରିବେ । ମମତାଙ୍କ ପରେ ପ୍ରଶାନ୍ତ କିଶୋର କଂଗ୍ରେସ ପାଇଁ ଆଗାମୀ ବିଧାନସଭା ନିର୍ବାଚନ ଲାଗି ତିଆରି କରିବେ ନୂଆ ଷ୍ଟ୍ରାଟେଜି ।

ଏନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ସୂଚନା ଦେଇଛନ୍ତି । ସେପଟେ ଦଳର ନେତାଙ୍କ ସହ ଆଲୋଚନା ସମୟରେ ଚନ୍ନୀ ଏପରି କହିଥିବାର ଦେଖିବାକୁ ମିଳିଛି । ଖୁବଶୀଘ୍ର ପ୍ରଶାନ୍ତ କିଶୋର ରଣନୀତିକାର ଭାବରେ ଦଳରେ ସାମିଲ ହେବାକୁ ଯାଉଛନ୍ତି । ଅନ୍ୟପଟେ ଗତ ବିଳମ୍ବିତ ରାତିରେ ପଞ୍ଜାବର ସମସ୍ତ ବିଧାୟକ ଏବଂ କ୍ୟାବିନେଟ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ବୈଠକ କରିଥିଲେ । ଏହି ସମୟରେ ଖୁବଶୀଘ୍ର ପ୍ରଶାନ୍ତ କିଶୋରକଙ୍କୁ ମଧ୍ୟ ଦଳରେ ସାମିଲ କରାଯିବ କଥା ଚନ୍ନୀ କହିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା