Masthead

‘ପଞ୍ଚାୟତିରାଜ ବ୍ୟବସ୍ଥା ମାଟିରେ ମିଶିଛି, ସରପଞ୍ଚଙ୍କ କ୍ଷମତା ନାହିଁ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡି ସରକାର ପଞ୍ଚାୟତ ରାଜ ବ୍ୟବସ୍ଥା ମାଟିରେ ମିଶେଇ ଦେଇଛନ୍ତି। ପଞ୍ଚାରାଜ ବ୍ୟବସ୍ଥାରେ ସରପଞ୍ଚ ସବୁ ନିଷ୍ପତ୍ତି ନେବାର କ୍ଷମତା ରହିଛି। କିନ୍ତୁ ନବୀନ ସରକାର ତାଙ୍କ ହାତରୁ କ୍ଷମତା କାଢି ନେଇଛନ୍ତି। ସରପଞ୍ଚମାନଙ୍କୁ ବିଡିଓଙ୍କ ଅଧସ୍ତନ କରିଦିଆଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ । ଏହାସହ ସେ କହିଛନ୍ତି ବିଡିଓଙ୍କ ବିନା ଅନୁମତିରେ ସେମାନେ କୌଣସି ନିଷ୍ପତ୍ତି ନେଇ ପାରୁନାହାନ୍ତି।

ମୁଖ୍ୟମନ୍ତ୍ରୀ ଗୋଟିଏ ପଟେ କହୁଛନ୍ତି, ପଞ୍ଚାୟତରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି। କିନ୍ତୁ ବିଜେଡିର ନେତା, ମନ୍ତ୍ରୀ, ବିଧାୟକ ସରପଞ୍ଚମାନଙ୍କୁ କାଠ କଣ୍ଢେଇ କରି ଟଙ୍କା ହରିଲୁଟ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ଦେବେ କି ? ବିଜେଡି କହୁଛି ରାଜ୍ୟରେ ଦୁର୍ନୀତିମୁକ୍ତ ସରକାର। କିନ୍ତୁ ତାଳରୁ ତଳିପା ପିସି କାରବାର ଚରମସୀମାରେ। ସେପଟେ ରଜ୍ୟ ସରକାର ପଂଚାୟତ ନିର୍ବାଚନ ପାଇଁ ଯେଉଁ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ତାହା ଦଳକୁ ସୁହାଇଲା ପରି କରିଛନ୍ତି। ପୁରାପୁରି ପକ୍ଷପତିତା କରାଯାଇଛି।

ଅନେକ ପଂଚାୟତରେ ଓବିସି କ୍ୟାଟେଗୋରି ପାଇଁ ବ୍ୟବସ୍ଥା ନାହିଁ। ଏସସି/ଏସଟି ପାଇଁ ମଧ୍ୟ ଟାଳଟୁଳ ନୀତି ଅବଳମ୍ବନ କରିଛି। କଂଗ୍ରେସ ପଞ୍ଚାୟତ ନିର୍ବାଚନ ନଜରରେ ରଖି ପ୍ରତିଟି ପଂଚାୟତ ପାଇଁ ଇସ୍ତାହାର ଜାରି କରିବ। ଆସନ୍ତାକାଲି ନିର୍ବାଚନ କମିଶନ ପକ୍ଷରୁ ଡ଼କାଯାଇଥିବା ଅଲ୍ ପାର୍ଟି ମିଟିଂରେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇବ ବୋଲି ଦଳର ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ