ପାନୀୟ ଜଳ ଯୋଗାଣ ବନ୍ଦ ପ୍ରତିବାଦରେ ସରପଞ୍ଚ ଓ ପିଇଓଙ୍କୁ ତାଲା ମାରିଲେ ଗ୍ରାମବାସୀ

କଣ୍ଟାବାଞ୍ଜି(ବଡ଼ ଖବର ବ୍ୟୁରୋ): ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଥିବା ପ୍ରତିବାଦରେ ପଂଚାୟତ ସରପଞ୍ଚ ଓ ପିଇଓଙ୍କୁ ତାଲା ମାରିଲେ ଗ୍ରାମବାସୀ।ପାନୀୟ ଜଳ ଯୋଗାଣ ପାଇଁ ବାରମ୍ବାର ଦାବି ସତ୍ତ୍ୱେ ପଞ୍ଚାୟତ ପ୍ରଶାସନନ ଶୁଣିବାରୁ ଗୋଇମୁଣ୍ଡ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଓ ପିଇଓଙ୍କୁ ତାଲା ମାରିଲେ ଗ୍ରାମବାସୀ। ଏକ ମାସରୁ ଅଧିକ ହେବ ଜଳ ଯୋଗାଣ ବନ୍ଦ ରହିଛି ।

ଖରା ଦିନ ଯୋଗୁଁ ପାଣି ସମସ୍ୟା ଉତ୍କଟ ଦେଖାଦେଇଥିବା ବେଳେ ବାରମ୍ବାର ପ୍ରଶାସନ ପାଖରେ ଗୁହାରି ପରେ ମଧ୍ୟ କେହି ନ ଶୁଣିବାରୁ ପଞ୍ଚାୟତରେ ତାଲା ମାରିଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ମୁରିବାହାଲ ପୋଲିସ ପହଁଚିଥି ପ୍ରଶାସନ ସହିତ ଆଲୋଚନା ପରେ ଆସନ୍ତାକାଲି ଜଳ ଯୋଗାଣର ପ୍ରତିଶ୍ରୁତି ଦେବା ପରେ ତାଲା ଖୋଲାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’