Masthead

ଦାରିଙ୍ଗବାଡ଼ିରେ ଶୀତର ପ୍ରକୋପ ବୃଦ୍ଧି

ଦାରିଙ୍ଗବାଡ଼ି(ବଡ଼ ଖବର ବ୍ୟୁରୋ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିରେ ଦିନ କୁ ଦିନ ଶୀତର ପ୍ରକୋପ ବୃଦ୍ଧି ପାଉଛି । ପ୍ରତିଦିନ ତାପମାତ୍ରା ନିମ୍ନଗାମୀ ହେଉଥିବା ବେଳେ ଅଞ୍ଚଳରେ ଥଣ୍ଡା ବୃଦ୍ଧି ପାଉଛି । ଦାରିଙ୍ଗବାଡ଼ି ଅଞ୍ଚଳରେ ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଜାଳି ବସିରହୁଛନ୍ତି । ଏହାସହ ପ୍ରାତଃଭ୍ରମଣ ବେଳେ ଶୀତୁଆ ସକାଳର ମଜା ନେଉଛନ୍ତି ସ୍ଥାନୀୟ ବାସିନ୍ଦା । ଶୀତ ବଢିବା ସହ ଆଭ୍ୟନ୍ତରିଣ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ପର୍ଯ୍ୟଟକଙ୍କ ପାଇଁ ଶୀତ ଆନନ୍ଦ ଆଣିଦେଇଥିବା ବେଳେ ଗରିବଗୁରୁବା ପାଇଁ କଷ୍ଟଦାୟକ ହୋଇଛି । ଶୀତ ବଢୁଥିବାରୁ କନ୍ଧମାଳ ଜିଲ୍ଲାକୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢିଲାଣି।

ରବିବାର ଏବର୍ଷର ସର୍ବନିମ୍ନ ତାପମାତ୍ରା ୯.୫ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି । ତାପମାତ୍ରା ଏଭଳି ନିମ୍ନଗାମୀ ହେଉଥିବା ବେଳେ ଅଞ୍ଚଳରେ ଜାଡ଼ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକ ଶୀତ ପାଇଁ ଅସହ୍ୟ ହୋଇଗଲେଣି । ଥଣ୍ଡା ବୃଦ୍ଧି ପାଇବା ଯୋଗୁଁ ଲୋକେ କାମ ଧନ୍ଦାକୁ ସଠିକ ସମୟରେ ଯାଇପାରୁନାହାନ୍ତି । ବୃଦ୍ଧବୃଦ୍ଧା ମନେ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ