Before Header

ଛେଣ୍ଡିପଦାରୁ ଗଞ୍ଜେଇ ଟ୍ରାକ୍ଟର ଜବତ, ଜଣେ ଗିରଫ

0 35

ଛେଣ୍ଡିପଦା(ବଡ଼ ଖବର ବ୍ୟୁରୋ):ଛେଣ୍ଡିପଦାରୁ ଗଞ୍ଜେଇ ଟ୍ରାକ୍ଟର ଜବତ, ଜଣେ ଗିରଫ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ନୂଆଗାଁ ଗ୍ରାମପଞ୍ଚାୟତ ଅଞ୍ଚଳରେ ପୁଲିସ ଚଢାଉ କରି ଗୋଟେ ବସ୍ତା ଗଞ୍ଜେଇ ଓ ଗୋଟିଏ ଟ୍ରାକ୍ଟର ଜବତ କରିଛି। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ନୂଆଗାଁ ଗ୍ରାମ ପଞ୍ଚାୟତର ଭାଲୁବୋଲ ଅଞ୍ଚଳରେ ଗଞ୍ଜେଇ ପ୍ୟାକିଙ୍ଗ କରାଯାଇ ଟ୍ରାକ୍ଟରରେ ଚାଲାଣ ହେଉଥିବା ଖବର ପାଇ ବାଗଡିଆ ଫାଣ୍ଡି ଅଧିକାରୀ ଆଶିସ କୁମାର ଦାଶ ଓ ଏଏସଆଇ ଅରୁଣ ବେହେରା ଚଢାଉ କରିଥିଲେ ।

ପୁଲିସ ଭାଲୁବୋଲ ଗ୍ରାମର କାଳିଆ ନାଏକଙ୍କ ଘରେ ଚଢାଉ କରି ଏକ ବସ୍ତା ଗଞ୍ଜେଇ ଜବତ କରିବା ପରେ ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ମୋଟରସାଇକେଲକୁ ଜବତ କରିବା ସହିତ ଏଥିରେ ସଂପୃକ୍ତ କାଳିଆ ନାଏକକୁ ଗିରଫ କରିଛି । ଏନେଇ ଛେଣ୍ଡିପଦା ଥାନାରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ନେଇ ଏକ ମାମଲା ରୁଜୁ କରିବା ସହିତ ପୁଲିସ ଘଟଣାର ତଦନ୍ତ ଜାରୀ ରଖିଛି । ଏଥିରେ ସଂପୃକ୍ତ ଥିବା ଜଣକୁ ଗିରଫ କରିଛି କୋର୍ଟ ଚାଲାଣ କରିଛି। ଖବର ଲେଖା ହେବା ଯାଏ ଗଞ୍ଜଇ ଓଜନ ହୋଇପାରି ନଥିବାରୁ ଓଜନ ପରିମାଣ ଜଣା ପଡି ନାହିଁ ।

Leave A Reply

Your email address will not be published.