Masthead

ଦିନ ଗଢ଼ୁଛି, ଦ୍ୱନ୍ଦ ବଢ଼ୁଛି, ଦଳଡିଆଁ ଲାଗିରହିଛି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପାଖେଇ ଆସୁଛି ବାଲେଶ୍ୱର ଓ ତିର୍ତ୍ତୋଲ ଉପ ନିର୍ବାଚନ । ଅଣ୍ଟା ଭିଡ଼ିଲେଣି ତିନି ପ୍ରମୁଖ ରାଜନୈତିକ ଦଳ । ଗ୍ରାଉଣ୍ଡରେ ବିଜେଡି,ବିଜେପି ଓ କଂଗ୍ରେସର ମାଳମାଳ ନେତାମନ୍ତ୍ରୀ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, କାହାକୁ ମିଳିବ ଟିକେଟ୍ ଓ କିଏ ହେବ ପ୍ରାର୍ଥୀ ? ଦିନରାତି ଲାଗିଛି ଅଙ୍କକଷା ହେଲେ ଛିଣ୍ଡିପାରୁନାହିଁ ରାଜନୈତିକ ଗଣିତ । ଦିନ ଗଢ଼ୁଛି, ଦ୍ୱନ୍ଦ ବଢୁଛି ଓ ଦଳଡିଆଁ ଲାଗିରହିଛି ।

ବିଧାନସଭା କାର୍ଯ୍ୟଦିବସ ସରିବାକୁ ସମସ୍ତେ ଅପେକ୍ଷା କରିଥିଲେ । ଏବେ ସମସ୍ତଙ୍କ ନଜର ପଡ଼ିଛି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ନିର୍ବାଚଳ ମଣ୍ଡଳୀ ଉପରେ । ଏହି ଉପନିର୍ବାଚନ ତିନି ପ୍ରମୁଖ ରାଜନୈତିକ ଦଳ ପାଇଁ ସମ୍ମାନର ପ୍ରଶ୍ନ । ଉପନିର୍ବାଚନକୁ ହାତେଇବା ପାଇଁ କଳ,ବଳ,କୌଶଳ ପ୍ରଦର୍ଶନ ଦେଖିବାକୁ ମିଳୁଛି । କିଏ କାହାଠୁ ପଛରେ ରହିବାକୁ ଚାହୁଁନାହାନ୍ତି । ରାଜନୈତିକ କର୍ମକର୍ତ୍ତା ଗ୍ରାଉଣ୍ଡରେ ଡେରା ପକାଇ ପାଗ ଭିଡିବା ଆରମ୍ଭ କଲେଣି । ଦେଖିବାକୁ ବାକି ରହିଲା କିଏ କେଉଁ ଦଳରୁ ଟିକେଟ୍ ପାଉଛି ।

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ନାମଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ଆସନ୍ତା ୧୬ ତାରିଖ ଯାଏଁ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ । ୧୭ରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଓ ୧୯ ତାରିଖ ଦିନ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି । ଆସନ୍ତା ମାସ ନଭେମ୍ବର ୩ରେ ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ଅନୁଷ୍ଠିତ ହେବ ଓ ୧୦ରେ ଭୋଟ ଗଣତି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ 🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ