Masthead

କେନ୍ଦ୍ରିଭୂତ ହେଲା ଲଘୁଚାପ, ୧୧ ତାରିଖ ସୁଦ୍ଧା ଛୁଇଁବ ସ୍ଥଳଭାଗ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ), ୯/୧୦: ଆଣ୍ଡାମାନ ସମୁଦ୍ରରେ ଘନିଭୂତ ହୋଇଥିବା ଘୁର୍ଣ୍ଣିବଳୟ ଆଜି ସକାଳେ ଲଘୁଚାପର ରୂପ ନେଇଛି । କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଲଘୁଚାପ ରୂପ ନେବା ପରେ ଉତ୍ତର ପୂର୍ବ ଆଡ଼କୁ ଗତି କରୁଛି ।

ଏନେଇ ଆଜି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଲଘୁଚାପ ବାତ୍ୟାର ରୂପ ନେଇ ପାରେ । ଏହି ବାତ୍ୟା ରବିବାର ୧୧ ତାରିଖ ସଂଧ୍ୟା ବା ରାତି ସୁଦ୍ଧା ସ୍ଥଳଭାଗ ସ୍ପର୍ଶ କରିବ ବୋଲି ଆକଳନ କରିଛନ୍ତି ବିଶେଷଜ୍ଞମାନେ ।

ବିଭାଗୀୟ ତଥ୍ୟ ଅନୁଯାୟୀ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ସମେତ ଦକ୍ଷିଣ ଓଡ଼ିଶାରେ ପ୍ରଭାବ ପକାଇବ । ବିଶେଷ କରି ଉପକୂଳର ଗଞ୍ଜାମ, ପୁରୀ, ଜଗତସିଂହପୁର ଜିଲ୍ଲା ସମେତ ଖୋର୍ଦ୍ଧା, ଗଜପତି, ମାଲକାନଗିରି, କୋରାପୁଟ ଭଳି ଜିଲ୍ଲାରେ ବାତ୍ୟାର ପ୍ରଭାବ ରହିବ ।

ତେବେ ଏପର୍ଯ୍ୟନ୍ତ ବାତ୍ୟାର ଗତିପଥ ସ୍ପଷ୍ଟ ହୋଇନାହିଁ । ରାଜ୍ୟ ରିଲିଫ କମିଶନର ମଧ୍ୟ କୌଣସି ସତର୍କ ସୂଚନା ଏପର୍ଯ୍ୟନ୍ତ ଜାରି କରି ନାହାନ୍ତି । ବାତ୍ୟାର ଗତିପଥ ସ୍ପଷ୍ଟ ହେବା ପରେ ସତର୍କ ସୂଚନା ଦିଆଯିବ ବୋଲି ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ