Masthead

ବିଦ୍ୟୁତ କାଟକୁ ମାନୁନାହାନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଘନଘନ ବିଦ୍ୟୁତ୍ କାଟ । ଲୋକେ ହେଉଛନ୍ତି ଅନ୍ତସନ୍ତ । ଗରମ, ଗୁଳୁଗୁଳିରେ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି । ହେଲେ ଘନଘନ ବିଦୁ୍ୟତକାଟକୁ ମାନୁନାହାନ୍ତି ଶକ୍ତିମନ୍ତ୍ରୀ ପ୍ରତାପ ଦେବ । ଏପରିକି ନିଜ ନିର୍ବାଚନ ମଣ୍ଡଳୀ ଜିଲ୍ଲା କେନ୍ଦ୍ରପଡ଼ାରେ ମଧ୍ୟ ଘଂଟା ଘଂଟା ଧରି ଲାଇନ ଆସିପାରିନାହିଁ । ହେଲେ ଏହାକୁ ମାନିବାକୁ ମନ୍ତ୍ରୀ ନାରାଜ । ଭିତିଭୂମି ଅଭାବରୁ ସମସ୍ୟା ଉପୁଜୁଛି । ପାୱାର ସର୍ଟେଜ ନାହିଁ । ଭିତିଭୂମି ଅଭାବରୁ ଉପଭୋକ୍ତାମାନେ ସପ୍ଲାଇରୁ ବଂଚିତ ହେଉଛନ୍ତି । ରାଜ୍ୟରେ ପାୱାର କଟ୍ ହେଉନାହିଁ । ସବୁଥର ଭଳି ଟାଟା କମ୍ପାନୀକୁ ବଂଚାଇ ଆସୁଛନ୍ତି ମନ୍ତ୍ରୀ ପ୍ରତାପ ଦେବ ।

ସେପଟେ ବିଦ୍ୟୁତ୍ କାଟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ମରାମତି ନାଁରେ ଲାଇନ କାଟିବା ଗ୍ରହଣୀୟ ନୁହେଁ । ଗୁରୁବାର ଭୁବନେଶ୍ୱର କିଛି ଅଂଚଳରେ କାଳବୈଶାଖୀ ପରେ ଲାଇନ କାଟାଯାଇଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ଆସିନଥିଳା ବିଦୁ୍ୟତ । ଏହାପରେ ମୁଖ୍ୟ ସଚିବ କହିଥିଲେ ଯେ କାଳବୈଶାଖୀରେ ଏତେ, ତାହେଲେ ବାତ୍ୟା ହେଲେ କେତେ? ମୁଖ୍ୟ ଶାସନ ସଚିବଙ୍କ ଏଭଳି କଥାକୁ ସମର୍ଥନ କରିଛନ୍ତି ସାଂସଦ ଅମର ପଟ୍ଟନାୟକ । ଏହାର ସମାଧାନ ଶୀଘ୍ର ହେବା ଦରକାର କହିଛନ୍ତି ଅମର । ସେପଟେ ଏନେଇ ସୋମବାର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପାଇଁ ମୁଖ୍ୟ ସଚିବ ଡାକିଛନ୍ତି ବୈଠକ । ସେପଟେ ବିଜୁଳି କାଟ ଯୋଗୁଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଟାଟା ପାୱାରକୁ କରିଛନ୍ତି ଦାୟୀ ।

ରାଜ୍ୟରେ ଘନଘନ କଟୁଛି ବିଦୁ୍ୟତ । ହେଲେ ମନ୍ତ୍ରୀ କହୁଛନ୍ତି କଟୁନାହିଁ । ବରଂ ଭିତିଭୂମିର ଭିତିଭୂମି ଅଭାବରୁ ଉପଭୋକ୍ତାମାନେ ସପ୍ଲାଇରୁ ବଂଚିତ ହେଉଛନ୍ତି । ରାଜ୍ୟବାସୀ ନିଷ୍ପତି କରିବେ ମନ୍ତ୍ରୀଙ୍କ କଥା ଠିକ୍ ନା ଘନଘନ ବିଦ୍ୟୁତ୍ କାଟ୍ ଠିକ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା