Masthead

ନୋବେଲ ଶାନ୍ତି ବିଜେତାଙ୍କୁ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସରକାରଙ୍କ ବିରୋଧରେ ପ୍ରୋଟେଷ୍ଟ କରିବା ପଡ଼ିଲା ମହଙ୍ଗା । ନୋବେଲ ଶାନ୍ତି ପୁରସ୍କାର ବିଜେତାଙ୍କୁ ୧୦ ବର୍ଷ ଜେଲ । ବେଲାଋଷର ଏକ କୋର୍ଟ ଏଭଳି ଦଣ୍ଡ ଶୁଣାଇଛନ୍ତି । ୨୦୨୨ ନୋବେଲ ଶାନ୍ତି ପୁରସ୍କାର ବିଜେତା ଏଲେସ୍‌ ବାଲିୟାତ୍‌ସ୍କିଙ୍କୁ ବେ‌ଲାରୁଷ୍‌ର ଏକ ଅଦାଲତ ୧୦ ବର୍ଷର ଜେଲଦଣ୍ଡ ଦେଇଛନ୍ତି। ଶାନ୍ତି ଶୃଙ୍ଖଳା ଭଙ୍ଗକାରୀଙ୍କୁ ସେ ପାଣ୍ଠି ଯୋଗାଉଥିବା ଅଭିଯୋଗରେ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ମାନବ ଅଧିକାର ଏବଂ ଗଣତନ୍ତ୍ର ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୨୨ରେ ନୋବେଲ ଶାନ୍ତି ପୁରସ୍କାର ପାଇଥିବା ୩ ଜଣଙ୍କ ମଧ୍ୟରେ ଏଲେସ୍ ଜଣେ ଥିଲେ। ୬୦ ବର୍ଷ ବୟସ୍କ ‌‌ଏଲେସ କହିଛନ୍ତି, ରାଷ୍ଟ୍ରପତି ଆଲେକଜାଣ୍ଡାର ଲ୍ୟୁକାସେଙ୍କୋଙ୍କ ଏକଛତ୍ରବାଦୀ ଶାସନ ତାଙ୍କୁ ନିରବ ରଖିବା ପାଇଁ ପ୍ରୟାସ କରୁଛି। ସେହିଭଳି ମାନବ ଅଧିକାର ସଂଗଠନ ଗୁଡ଼ିକ ଉକ୍ତ ଗିରଫଦାରୀକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ଅନ୍ୟାୟ ବୋଲି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା