ରାଜନୈତିକ ରାଲିରେ ସାମିଲ ହୋଇ ନିଲମ୍ୱିତ ହେଲେ କିରାଣୀ

ବୌଦ୍ଧ (ବଡ଼ ଖବର ବ୍ୟୁରୋ): ରାଜନୈତିକ ରାଲିରେ ଯୋଗ ଦେଇ ବୌଦ୍ଧ ଜିଲ୍ଲାରେ ପୁଣି ଜଣେ ସରକାରୀ କର୍ମଚାରୀ ନିଲମ୍ବିତ । କଂଟାମାଳ ବ୍ଲକ ଲମ୍ବସରୀ ଗାଁର ରାଧାମାଧବ ଉଚ୍ଚ ବିଦ୍ୟାଳୟର କନିଷ୍ଠ ସହକାରୀ କିରାଣି ନିଲମ୍ବିତ । ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ଶୋଭାଯାତ୍ରାରେ ସାମିଲ ହେବା ପରେ କିରାଣି ସତୟନାରାୟଣ ଦନ୍ତାଙ୍କ ଚାକିରି ଗଲା । ଜିଲ୍ଲା ଶିକ୍ଷାଅଧିକାରୀ ତଦନ୍ତ ପରେ ସତ୍ୟନାରାୟଣଙ୍କୁ ନିଲମ୍ବିତ କରିଛନ୍ତି ।

ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଶୋଭାଯାତ୍ରାରେ ସାମିଲ ହୋଇଥିବା ଅଭିଯୋଗ ହେବାପରେ ଏହାର ତଦନ୍ତ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ତଦନ୍ତ ପରେ ତାଙ୍କୁ ନିଲମ୍ବନ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଜେ. ସୋନାଲ। ବାରମ୍ବାର ତାଗିଦ ସତ୍ତ୍ବେ ବୌଦ୍ଧ ଜିଲ୍ଲାରେ ଜଣଙ୍କ ପରେ ଜଣେ ସରକାରୀ କର୍ମଚାରୀ ରାଜନୈତିକ ରାଲି ଓ କାର୍ଯ୍ୟକ୍ରମ ଆଦିରେ ସାମିଲ ହେଉଥିବା ଦେଖାଯାଉଛି ।

ପୂର୍ବରୁ କଣ୍ଟାମାଳ ନିର୍ବାଚନମଣ୍ଡଳିର ଆଦିବାସୀ ହାଇସ୍କୁଲର ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନଙ୍କୁ ବଦଳି କରାଯାଇଥିଲା । ରାଜନୈତିକ କାର୍ୟ୍ୟରେ ସମ୍ପୃକ୍ତ ରହୁଥିବା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଗତ ଏପ୍ରିଲ ୧୩ ତାରିଖ ଦିନ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ