Masthead

୨ ଛାତ୍ରଙ୍କୁ ଭୁଲିଗଲା ପ୍ରଶାସନ

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ମନ୍ତ୍ରୀଙ୍କ ଏସକର୍ଟରେ ଥିବା ପୋଲିସ ଗାଡିର ଧକ୍କାରେ ଜୀବନ ସିନା ବଞ୍ଚିଗଲା, ହେଲେ ଉତ୍ତମ ଚିକିତ୍ସା ପାଇଁ ଯିବାକୁ ପଡ଼ିବ ମୁମ୍ବାଇ। ଏପଟେ ବାପା ମାଙ୍କ ପାଖରେ ଆବଶ୍ୟକ ଟଙ୍କା ନାହିଁ। ସୁନେଲି ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ନୂଆପଡ଼ାର ଦୁଇ ଛାତ୍ରଙ୍କ ଜୀବନ ଅନ୍ଧକାର ଆଡକୁ ଠେଲି ହୋଇଯାଉଛି । ନୂଆପଡା ଖରିଆର ରୋଡ଼ର ଯୋଗେଶ ପୋଡ଼ ଓ ଜିତୁ ଦାସ । ଯୋଗେଶଙ୍କ ଦୁଇ ଦୁଇ ଥର ଅପରେସନ ହୋଇ ସାରିଥିବା ବେଳେ ହାତର ଶିରା ପାଇଁ ପୁଣି ଦରକାର ଅପରେସନ। ଜିତୁଙ୍କ ଗୋଡ଼ର ସେହି ସମାନ ଅବସ୍ଥା।

ପୁଅମାନେ ଶୋଇ ରହୁଥିବାରୁ ମା ମାନଙ୍କ ଦୁଃଖ କହିଲେ ନ ସରେ। ପରିବାରର ଆର୍ଥିକ ସ୍ଥିତି ଠିକ ନାହିଁ । ବିଜୁ ସ୍ୱାସ୍ଥ୍ୟ କାର୍ଡର ଟଙ୍କା ବି ସାରିଗଲାଣି। ଧାର କରଜ କରି ଯାହା କରିବା କଥା ପରିବାର ଲୋକେ କରି ସାରିଲେଣି। ଏବେ ଉପାୟ ଶୂନ୍ୟ । ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଆସି ସହଯୋଗ ଭିକ୍ଷା କରିଛନ୍ତି । ଚାର୍ଜସିଟ ହୋଇଛି । ଆଇନ ଅନୁଯାୟୀ କାମ କରାଯିବ । କାହାକୁ ବି ଛଡା ଯିବ ନାହିଁ । ମୋ ତରଫରୁ ସମସ୍ତ ସହଯୋଗ କରିବି ବୋଲି କହିଛନ୍ତି ନୂଆପଡ଼ା ଏସପି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ