Masthead

ସରକାରଙ୍କୁ ପାଣି ପିଆଇସାରିଲେଣି ଡ୍ରାଇଭର ସଙ୍ଘ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରକାରଙ୍କୁ ପାଣି ପିଆଇସାରିଲେଣି ଡ୍ରାଇଭର ସଙ୍ଘ । ଆନ୍ଦୋଳନ ପାଇଁ ଲୋକେ କଲବଲ । ହେଲେ ଆକ୍ସନ ବଦଳରେ ନିରୁପାୟ ହୋଇ ବସିଛନ୍ତି ସରକାର । ଆଗକୁ ଇଲେକ୍ସନ । ଡ୍ରାଇଭର ସଙ୍ଘ ପାଖେ ବିଶାଳ ସଂଖ୍ୟା । ପୁଣି ଅନେକ ଚେଷ୍ଟା ପରେ ବି ସଙ୍ଘରେ ଫାଟ ନୁହେଁ ବରଂ ବଢିଛି ଏକତା । ଯାହା ସରକାରଙ୍କୁ ନାକେଦମ କରିଛି । ଆନ୍ଦୋଳନର ମାସେ ପୂର୍ବରୁ ସେମାନେ ଚେତାବନୀ ଦେଲେ । ସରକାର ଚୁପ୍ ବସିଲେ । ନା ଦାବି ପୂରଣ କଲେ ନା ଆନ୍ଦୋଳନ ରୋକିବା ଦିଗରେ ପଦକ୍ଷେପ ନେଲେ । ଏପିରିକି ସଙ୍ଘ ସହ ଆଲୋଚନା ବି କଲେ ନାହିଁ । ଏବେ ରାଜ୍ୟର ରାସ୍ତାଘାଟ ଡ୍ରାଇଭର ସଙ୍ଘ କବଜାରେ ।

ଏପିରିକି ଜରୁରୀ ସେବା ବି ବାଧାପ୍ରାପ୍ତ ହେଉଛି । କିନ୍ତୁ ସରକାର କିଛି ବି ସମାଧାନ କରିପାରୁନାହାନ୍ତି । ପୋଲିସ ନାଲି ଆଖି ଦେଖାଇଲେ, ସଙ୍ଘ ବି ନାଲିଆଖି ଦେଖାଇବାକୁ ପଛାଉନାହିଁ । ଘରୋଇ ବସ୍ ମାଲିକ ସଙ୍ଘ ଗାଡ଼ି ଚଲାଇବାକୁ ଚାହିଁଲା । ପୋଲିସ ପ୍ରୋଟେକ୍ସନ ନ ପାଇବାରୁ ସେମାନେ ବି ରହିଗଲେ । ବାହାରୁ ଆସୁଥିବା ପରିବା ଗାଡ଼ି ବି ଜାତୀୟ ରାଜପଥରେ ଅଟକି ରହିଲା । ଏପଟେ ବଜାରରେ ଆଉ ପନିପରିବା ଷ୍ଟକ୍ ନାହିଁ । ତେଣୁ ଦର ଆକାଶଛୁଆଁ । କିଛି ଜାଗାରେ କ୍ଷୀର ଗାଡ଼ିକୁ ମଧ୍ୟ ଅଟକାଯାଉଥିବା ଅଭିଯୋଗ ହୋଇଛି । ଖାଲି ଏତିକି ନୁହେଁ, ଡିପୋରୁ ତେଲଗାଡ଼ି ବି ବାହାରିପାରୁ ନାହିଁ । ଅନେକ ପେଟ୍ରୋଲ ପମ୍ପରେ ତେଲ ସରିବା ଅବସ୍ଥା । ଏ ସବୁ ଅବ୍ୟବସ୍ଥା ଦେଖି ସରକାରଙ୍କୁ ବିରୋଧୀ ଘେରିଛନ୍ତି । ବିଧାନସଭାରେ ସରକାର ବ୍ୟାକଫୁଟରେ ରହିଛନ୍ତି । ବାଚସ୍ପତି ରୁଲିଂ ଦେଲେ ସଙ୍ଘ ସହ ମନ୍ତ୍ରୀ ଆଲୋଚନା କରିବେ । ଏହାଭିତରେ ଅପରାହ୍ନରେ ଆସିଲା ପୋଲିସ ଆକ୍ସନର ଖବର । ବାଲେଶ୍ବର ଓ ସୋରରେ ପୋଲିସ ଆନ୍ଦୋଳନକାରୀଙ୍କ ତମ୍ବୁ ଭାଙ୍ଗି ଗିରଫ କରିଥିବା ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା