Masthead

‘ହେଟ ସ୍ପିଚ ରାଜନୀତି ପାଲଟିଗଲାଣି’

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ହେଟ୍ ସ୍ପିଚ୍ ମାମଲାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ଦଙ୍ଗା ସୃଷ୍ଟିକାରୀ ଭାଷଣ ଦେଉଥିବା ବ୍ୟକ୍ତିଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ କେନ୍ଦ୍ର ଉପରେ ବର୍ଷିଛନ୍ତି କୋର୍ଟ । ଯଥା ସମ୍ଭବ ଧର୍ମଠାରୁ ରାଜନୀତିକୁ ଅଲଗା ରଖିବାକୁ କହିଛନ୍ତି ସୁପ୍ରିମକୋର୍ଟ । ସମାଜରେ କେହି କାହାକୁ ଧର୍ମ ନାଁରେ ଅପମାନିତ କରିପାରିବେ ନାହିଁ । ଯଦି ଏଭଳି ଘଟଣା ଘଟୁଛି ରାଜ୍ୟ ସରକାର ମାନେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ରାଜ୍ୟ ଗୁଡିକ ଶକ୍ତିହୀନ ହେବା ସହ ନଂପୁସକ ହୋଇଗଲେଣି । ଯଦି ରାଜ୍ୟ ସରକାର ଚୁପ ରହୁଛନ୍ତି, ତେବେ ସେମାନଙ୍କୁ ରାଜ୍ୟ ବୋଲି କାହିଁକି କୁହାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ବର୍ତ୍ତମାନ ସମୟରେ ହେଟ ସ୍ପିଚ ରାଜନୀତି ପାଲଟିଗଲାଣି । ଏହା ଉପରେ ବ୍ରେକ ଲଗାଇବା ନିହାତି ଦରକାର । ଧର୍ମକୁ ରାଜନୀତିଠୁ ନ ଦୂରେଇଲେ ହେଟ ସ୍ପିଚ ବଢିବ ବୋଲି କୋର୍ଟ କହିଛନ୍ତି। ଦେଶରେ ହେଟ୍ ସ୍ପିଚକୁ ନେଇ ଦଙ୍ଗା ସୃଷ୍ଟି ହେଉଥିବାରୁ ଚିନ୍ତା ପ୍ରକଟ କରିନ୍ତି ସର୍ବୋଚ୍ଚ ନ୍ୟାୟାଳୟର କେଏମ୍ ଯୋଶେଫ୍ ଓ ଜଷ୍ଟିସ୍ ବି.ବି ନାଗରତ୍ନାଙ୍କ ଖଣ୍ଡପୀଠ । ଦଙ୍ଗା ସୃଷ୍ଟିକାରୀ ବ୍ୟକ୍ତିଙ୍କ ବିରୋଧରେ ସରକାର କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । ସରକାର କ’ଣ ନପୁଂସକ ହୋଇଗଲେଣି ବୋଲି ପ୍ରଶ୍ନ କରିଛନ୍ତି ଖଣ୍ଡପୀଠ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ