Masthead

ଗୋଆ ଭଳି ହେବ ଓଡ଼ିଶା ସମୁଦ୍ରକୂଳ, ପର୍ଯ୍ୟଟକଙ୍କୁ ମଦ ଦେବ ଓଟିଡିସି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଏଣିକି ରାଜ୍ୟର ସମୁଦ୍ରକୂଳରେ ମିଳିବ ମଦ । କେବଳ ସମୁଦ୍ରକୂଳ ନୁହେଁ ନଦୀ-ହ୍ରଦ କୂଳରେ ମଧ୍ୟ ମିଳିବ ମଦ । ଅସ୍ଥାୟୀ ଭାବରେ ମଦ ଲାଇସେନ୍ସ ଦିଆଯିବ । ଏ ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ମଧ୍ୟ ପୁରୀ ସମୁଦ୍ରକୂଳରେ ମଦ ମିଳିବା ନେଇ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏହାର ବିରୋଧ ହେବା ପରେ ଏହି ନିଷ୍ପତ୍ତିକୁ ପ୍ରତ୍ୟାହର କରାଯାଇଥିଲା । କିନ୍ତୁ ଏବେ ପୁଣି ଥରେ ସମୁଦ୍ରକୂଳରେ ମଦ ବିକ୍ରି ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ବିଶେଷ କରି ରାଜ୍ୟର ପର୍ଯ୍ୟଟନସ୍ଥଳୀ ମାନଙ୍କରେ କରାଯାଉଥିବା ଇକୋ-ରିଟ୍ରିଟରେ ପୂର୍ବରୁ ମଦ ମିଳୁନଥିଲା । କିନ୍ତୁ ଏବେ ଏହି ନିଷ୍ପତ୍ତି ପରେ ଇକୋ ରିଟ୍ରିଟରେ ବି ମିଳିବ ମଦ । ଆସୁଥିବା ପର୍ଯ୍ୟଟକ ମାନଙ୍କୁ ମଦ ପରସା ଯିବ । ଏନେଇ ଓଟିଡିସିକୁ ଲାଇସେନ୍ସ ଦିଆଯିବ ତାହା ସହ ୫୦ ପ୍ରତିଶତ ଫି ଛାଡ଼ କରାଯିବ ।

ସମୁଦ୍ରକୂଳରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ବିକ୍ରି କରାଯିବ ମଦ । ଏଭଳି ନିଷ୍ପତ୍ତି ଓଡ଼ିଶାରେ ପ୍ରଥମ ଥର ପାଇଁ ନିଆଯାଇଛି । ଅବକାରୀ ନୀତିର ଏହି ନୂଆ ନିୟମରେ ରାଜ୍ୟକୁ ଅଧିକ ରେଭିନୁ୍ୟ ଆସିବ । ଓଡ଼ିଶା ବାହାରେ ବା ଅନ୍ୟ ରାଜ୍ୟରେ ଯେପରି ବେଳାଭୂମି ମାନଙ୍କରେ ପର୍ଯ୍ୟଟକ ମାନେ ବସି ମଦ ପିଉଥିଲେ । ଏବେ ଓଡ଼ିଶାରେ ମଧ୍ୟ ସେହିଭଳି ହେବ । ଏଥିସହ ୨୦୨୩-୨୪ ନୂଆ ଅବକାରୀ ନୀତିରେ ଆହୁରି ମଧ୍ୟ ଅନେକ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ନୂଆ ମଦ ଦୋକାନ ଖୋଲିବନି । ରାଜ୍ୟରେ ନୂଆ ଠିପି ବନ୍ଦ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ । ବିୟର ପାର୍ଲରେ ମଧ୍ୟ ୱାଇନ ମିଳିବ । ଏଣିକି ମଦ ଦୋକାନୀ ଆଉ ସରକାରୀ ଲେଖିପାରିବେ ନାହିଁ । ଦେବାଦେବୀ କି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାମ ମଧ୍ୟ ବ୍ୟବହାର କରି ପାରିବେ ନାହିଁ ମଦ ଦୋକାନୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ