Masthead

‘ମହାରାଷ୍ଟ୍ର ଭୂଷଣ ପୁରସ୍କାର’ ସମାରୋହରେ ଅଘଟଣ, ୧୧ ମୃତ, ୬୦୦ ଅସୁସ୍ଥ

ମହାରାଷ୍ଟ୍ର(ବଡ଼ ଖବର ବ୍ୟୁରୋ): ଅଂଶୁଘାତରେ ୧୧ ମୃତ, ୬୦୦ ଅସୁସ୍ଥ । ମହାରାଷ୍ଟ୍ରର ନାଭି ମୁମ୍ବାଇରେ ଆୟୋଜିତ ‘ମହାରାଷ୍ଟ୍ର ଭୂଷଣ ପୁରସ୍କାର’ ସମାରୋହରେ ବଡ଼ ଅଘଟଣ । ରବିବାର ଆୟୋଜିତ ଏହି ସମାରୋହ । ଏଥିରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ । ଖୋଲା ଆକାଶ ତଳେ ଲୋକେ ୬ ଘଣ୍ଟା ଧରି ବସି ରହିଥିଲେ ।ପ୍ରଚଣ୍ଡ ଖରା ଯୋଗୁ ଅନେକ ଲୋକ ଅଂଶୁଘାତର ଶିକାର ହୋଇଥିଲେ । ଅନେକ ଲୋକ ଅସୁସ୍ଥ ମଧ୍ୟ ହୋଇଛନ୍ତି ।

ହସ୍ପିଟାଲ ଯାଇ ପିଡୀତଙ୍କୁ ଭେଟିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନେ୍ଦ । ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହ ସମସ୍ତ ରୋଗୀଙ୍କୁ ସରକାର ଚିକିତ୍ସା ଯୋଗାଇ ଦେବେ ବୋଲି ସେ କହିଛନ୍ତି । ସେହିପରି ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ ଓ ଏନସିନି ନେତା ଅଜିତ ପାୱାର ମଧ୍ୟ ଏମଜିଏମ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକଙ୍କୁ ଭେଟିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ