Masthead

ଅକାତ କାତ ପାଣିରେ ୫୦ କିମି…

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଥାରେ ଅଛି ରଖେ ହରି ତ ମାରେ କିଏ । ଆୟୁଷ ନପୁରିଲେ ଯମ ବି ନେଇ  ପାରିବ ନାହିଁ । ଏ କଥା ସତ ପ୍ରମାଣିତ ହୋଇଛି । ମହାନଦୀ, ଅକାତ କାତ ପାଣି । ପୁଣି ୫୦ କିମି ଭାସି ଆସିବା । ସେ ପୁଣି ଜୀବିତ ଅବସ୍ଥାରେ । କଥା ଟା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ ଏହା ସତ । ଛତିଶଗଡ଼ରୁ ଭାସି ଆସି ଓଡ଼ିଶାରେ ପହଞ୍ଚିଛନ୍ତି ଜଣେ ମହିଳା । ଝାରସୁଗୁଡ଼ା ପଲସଦାରୁ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କଲେ ମତ୍ସ୍ୟଜୀବୀ । ମହିଳା ଜଣଙ୍କ ପୁଣି ମାନସିକ ବିକୃତ । ଗୋଡରେ ବେଡି ପଡ଼ିଛି ।

ଏପରି ଏକ ଆଶ୍ଚର୍ୟ୍ୟଜନକ ଘଟଣା ଝାରସୁଗୁଡ଼ା ପଲସଦାରେ ଘଟିଛି। ମହିଳା ଜଣଙ୍କ ଛତିଶଗଡ ରାୟଗଡା ଜିଲ୍ଲା ପୁସୋର ଥାନା ଅଧିନ ପୁରଥ ଗ୍ରାମର ବୋଲି ଜଣାପଡିଛି । ମହିଳାଜଣକ ସ୍ୱାମୀ ପରିତ୍ୟକ୍ତା ହୋଇଥିବା ବେଳେ ନିଜ ବାପ ଘରେ ରହୁଥିଲେ। ତାଙ୍କ ମାନସିକ ଅବସ୍ଥା ଠିକ୍‌ ରହୁ ନ ଥିବାରୁ ପରିବାର ଲୋକେ ତାଙ୍କ ଗୋଡ଼ରେ ବେଡି ପକାଇ ରଖୁଥିଲେ । ମାତ୍ର ଗତକାଲି କୌଣସି ପ୍ରକାରେ ସେ ଘରୁ ଖସି ଆସି ନିକଟସ୍ଥ ମହାନଦୀ ନିକଟକୁ ଚାଲି ଆସିଥିଲେ। ସେଠାରେ ସେ ପାଣିକୁ ଖସି ପଡ଼ିଥିଲେ।

ମହିଳାଜଣକ ଗତକାଲିଠୁ ପାଦରେ ବେଡି ପଡ଼ିଥିବା ଅବସ୍ଥାରେ ଭାସି ଭାସି ଆଜି ଝାରସୁଗୁଡ଼ା ପଲସଦାରେ ଲାଗିଥିଲେ। ମତ୍ସ୍ୟଜୀବୀମାନେ ମାଛ ମାରିବା ନିମନ୍ତେ ମହାନଦୀକୁ ଯାଇଥିବା ବେଳେ ସେଠାରେ ଜଣେ ମହିଳା ଭାସୁଥିବା ଦେଖି ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ କୂଳକୁ ଅଣାଯାଇ ପଲସଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାଯାଇଛି। ଏହାପରେ ତାଙ୍କୁ ରେଙ୍ଗାଲି ଥାନାକୁ ନିଆଯାଇଥିଲା। ସେଠାରେ ପୁଲିସ୍‌ ତାଙ୍କ ଠିକଣା ବୁଝି ଛତିଶଗଡ଼ରେ ଥିବା ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି