Masthead

ନା ଧନୀ ଦାନ ଦେଉଛନ୍ତି, ନା ଭୋକିଲା ଦାନା ପାଉଛନ୍ତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପାକିସ୍ତାନରେ ହାହାକାର ସ୍ଥିତି । ନା ଧନୀ ଲୋକ ଆଉ ଦାନ କରୁଛନ୍ତି, ନା ଭୋକିଲା ଲୋକ ଦାନା ପାଉଛନ୍ତି । ଚଳିତ ବର୍ଷ ସବୁଠୁ ମହଙ୍ଗା ରମଜାନ୍ ଦେଖିଲେ ଜନତା । ପାକିସ୍ତାନରେ ସାଙ୍ଘାତିକ ସଙ୍କଟ । ମହଙ୍ଗା ମାଡ଼ରେ ସମସ୍ତେ ଅସ୍ତବ୍ୟସ୍ତ । ଭୋକିଲାଙ୍କ ସଂଖ୍ୟା ବଢିବାରେ ଲାଗିଛି । ଚାଉଳ, ଗହମ ଭଳି ଖାଦ୍ୟ ସାମଗ୍ରୀ ପାଲଟିଛି ସାତ ସପନ । ଭୋକିଲା ମୁହଁରେ ଦାନା ଦେବା ପାଇଁ ଦାତବ୍ୟ ଅନୁଷ୍ଠାନ ବି ସକ୍ଷମ ହୋଇପାରୁ ନାହାନ୍ତି ।

ମହଙ୍ଗା ମାଡ଼ରେ ନିଜ ପେଟ ଚିନ୍ତା ବେଶି ଘାରୁଛି । ଅନ୍ୟ ପାଇଁ ଦାନ କରିବା ଲୋକଙ୍କ ପକ୍ଷେ ସମ୍ଭବ ହେଉନାହିଁ । ଆଗକୁ ସ୍ଥିତି କଣ ହେବ ତାହା ଆକଳନ କରିବା କଷ୍ଟକର । ଏଥର ରମଜାନ ମଧ୍ୟ ଫିକା ପଡିଛି । ଧାର୍ମିକ ପରମ୍ପରା ଉପରେ ଦାଉ ସାଧିଛି ମହଙ୍ଗା ମାଡ । ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦର ଲୋକଙ୍କ ମୁହଁରୁ ଦାନ ଛଡାଇନେଇଛି । ପାକିସ୍ତାନର ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇଥିବାରୁ ଦାତାମାନଙ୍କ ଆୟ ବହୁମାତ୍ରା କମିଛି । ନିଜ ପାଇଁ ଖାଦ୍ୟ ଯୋଗାଡ଼ କରିବା ପାଇଁ ସଂଘର୍ଷ କରୁଛନ୍ତି ଲୋକେ ।
ରମଜାନ ମାସ ଆରମ୍ଭ ହେଉ ହେଉ ପାକିସ୍ତାନର ମୁଦ୍ରାସ୍ଫିତି ଗତ ମାସରେ ୩୫ ପ୍ରତିଶତକୁ ବୃଦ୍ଧି ପାଇଥିଲା । ମାର୍ଚ୍ଚରେ ଖାଦ୍ୟ ମୁଦ୍ରାସ୍ଫୀତି ୪୭.୧ ପ୍ରତିଶତ ରହିଥିବା ବେଳେ ସହରାଞ୍ଚଳରେ ଏହା ୫୦.୨ ପ୍ରତିଶତ ରହିଥିଲା । ଫଳରେ ଦେଶରେ ଚାଉଳ ଦର ୩୩୫ ଏବଂ ଚିକେନ ଦଲ କିଲୋଗ୍ରାମ ପିଛା ୩୫୦ରେ ପହଞ୍ଚିଛି । ସେହିଭଳୀ ମଟନ ଦର ୧୮୦୦ ଟଙ୍କାରେ ପହଞ୍ଚିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା