Masthead

ଆତ୍ମସମର୍ପଣ କଲେ ଅମୃତପାଲ ସିଂ

ଚଣ୍ଡୀଗଡ଼ (ବଡ଼ ଖବର ବ୍ୟୁରୋ): ଶେଷରେ ଖାଲିସ୍ତାନର ସମର୍ଥକ ତଥା ‘ୱାରିସ ପଞ୍ଜାବ ଡେ’ର ମୁଖ୍ୟ ଅମୃତପାଲ ସିଂଙ୍କୁ ପୋଲିସ ଗିରଫ କରିଛି। ପଞ୍ଜାବ ପୋଲିସ ପଳାତକ ଅମୃତପାଲ ସିଂଙ୍କୁ ମୋଗାର ଗୁରୁଦ୍ୱାରାରୁ ଗିରଫ କରିଛି। ଅମୃତପାଲ ମାର୍ଚ୍ଚ ୧୮ ଠାରୁ ଫେରାର ଥିଲେ। ଆତ୍ମସମର୍ପଣ କରିବା ପରେ ଅମୃତପାଲଙ୍କୁ ମୋଗାର ଗୁରୁଦ୍ୱାରାରୁ ଗିରଫ କରାଯାଇଥିବା ସୂଚନା ମିଳିଛି । ରବିବାର ସକାଳେ ପଞ୍ଜାବର ମୋଗା ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲା ।

ପରେ ତାଙ୍କୁ ଗିରଫ କରି ପଚରାଉଚରା ଜାରି ରହିଛି । ରବିବାର ମୋଗା ଜିଲ୍ଲାର ରୋଡ ଭିଲେଜ ଅଂଚଳରେ ଥିବା ଏକ ଗୁରୁଦ୍ୱାରକୁ ଯାଇଥିଲା । ପୋଲିସ ସେଠାରେ ପହଂଚିବା ପରେ ଅମୃତପାଲ ଆତ୍ମସମର୍ପଣ କରିଥିଲା । ପରେ ପୁଲିସ ତାଙ୍କୁ ଗିରଫ କରିଛି । ସେପଟେ ଅମୃତପାଲଙ୍କ ଗିରଫଦାରୀକୁ ପଞ୍ଜାବ ପୋଲିସ ପକ୍ଷରୁ ନିଶ୍ଚିତ କରାଯାଇଛି। ଏନେଇ ଶାନ୍ତି ବଜାୟ ରଖିବାକୁ ପୋଲିସ ଲୋକଙ୍କୁ ନିବେଦନ କରିଛି। ଏହା ସହିତ ଲୋକଙ୍କୁ ସୋସିଆଲ ମିଡ଼ିଆରେ ମିଥ୍ୟା ଖବର ଶେୟାର ନକରିବାକୁ ମଧ୍ୟ କୁହାଯାଇଛି। ଅମୃତପାଲଙ୍କୁ ଆସାମର ଡିବ୍ରୁଗଡକୁ ନିଆଯିବ । ତାଙ୍କୁ ଡିବ୍ରୁଗଡରେ ପଚରାଉଚରା କରାଯିବ।

ଅନ୍ୟପଟେ ଅମୃତପାଲ ଗିରଫ ହେବା ପୂର୍ବରୁ ତାଙ୍କ ସ୍ତ୍ରୀ କିରଣଦୀପ କୌରଙ୍କୁ ପୋଲିସ ଅମୃତସର ବିମାନ ବନ୍ଦରରୁ ଗିରଫ କରିଥିଲା। କିରଣଦୀପ ଏୟାର ଇଣ୍ଡିଆ ବିମାନରେ ବର୍ମିଂହାମ ଅଭିମୁଖେ ଯାତ୍ରା କରୁଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା