Masthead

ଆତ୍ମସମର୍ପଣ କଲେ ଅମୃତପାଲ ସିଂ

ଚଣ୍ଡୀଗଡ଼ (ବଡ଼ ଖବର ବ୍ୟୁରୋ): ଶେଷରେ ଖାଲିସ୍ତାନର ସମର୍ଥକ ତଥା ‘ୱାରିସ ପଞ୍ଜାବ ଡେ’ର ମୁଖ୍ୟ ଅମୃତପାଲ ସିଂଙ୍କୁ ପୋଲିସ ଗିରଫ କରିଛି। ପଞ୍ଜାବ ପୋଲିସ ପଳାତକ ଅମୃତପାଲ ସିଂଙ୍କୁ ମୋଗାର ଗୁରୁଦ୍ୱାରାରୁ ଗିରଫ କରିଛି। ଅମୃତପାଲ ମାର୍ଚ୍ଚ ୧୮ ଠାରୁ ଫେରାର ଥିଲେ। ଆତ୍ମସମର୍ପଣ କରିବା ପରେ ଅମୃତପାଲଙ୍କୁ ମୋଗାର ଗୁରୁଦ୍ୱାରାରୁ ଗିରଫ କରାଯାଇଥିବା ସୂଚନା ମିଳିଛି । ରବିବାର ସକାଳେ ପଞ୍ଜାବର ମୋଗା ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲା ।

ପରେ ତାଙ୍କୁ ଗିରଫ କରି ପଚରାଉଚରା ଜାରି ରହିଛି । ରବିବାର ମୋଗା ଜିଲ୍ଲାର ରୋଡ ଭିଲେଜ ଅଂଚଳରେ ଥିବା ଏକ ଗୁରୁଦ୍ୱାରକୁ ଯାଇଥିଲା । ପୋଲିସ ସେଠାରେ ପହଂଚିବା ପରେ ଅମୃତପାଲ ଆତ୍ମସମର୍ପଣ କରିଥିଲା । ପରେ ପୁଲିସ ତାଙ୍କୁ ଗିରଫ କରିଛି । ସେପଟେ ଅମୃତପାଲଙ୍କ ଗିରଫଦାରୀକୁ ପଞ୍ଜାବ ପୋଲିସ ପକ୍ଷରୁ ନିଶ୍ଚିତ କରାଯାଇଛି। ଏନେଇ ଶାନ୍ତି ବଜାୟ ରଖିବାକୁ ପୋଲିସ ଲୋକଙ୍କୁ ନିବେଦନ କରିଛି। ଏହା ସହିତ ଲୋକଙ୍କୁ ସୋସିଆଲ ମିଡ଼ିଆରେ ମିଥ୍ୟା ଖବର ଶେୟାର ନକରିବାକୁ ମଧ୍ୟ କୁହାଯାଇଛି। ଅମୃତପାଲଙ୍କୁ ଆସାମର ଡିବ୍ରୁଗଡକୁ ନିଆଯିବ । ତାଙ୍କୁ ଡିବ୍ରୁଗଡରେ ପଚରାଉଚରା କରାଯିବ।

ଅନ୍ୟପଟେ ଅମୃତପାଲ ଗିରଫ ହେବା ପୂର୍ବରୁ ତାଙ୍କ ସ୍ତ୍ରୀ କିରଣଦୀପ କୌରଙ୍କୁ ପୋଲିସ ଅମୃତସର ବିମାନ ବନ୍ଦରରୁ ଗିରଫ କରିଥିଲା। କିରଣଦୀପ ଏୟାର ଇଣ୍ଡିଆ ବିମାନରେ ବର୍ମିଂହାମ ଅଭିମୁଖେ ଯାତ୍ରା କରୁଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ