Before Header

ମାଟ୍ରିକ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ

0 35

କେନ୍ଦ୍ରାପଡା (ବଡ଼ ଖବର ବ୍ୟୁରୋ): ମାଟ୍ରିକ ପରୀକ୍ଷା ସାରି ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଅପହରଣ । ଛାତ୍ରୀ ଜଣଙ୍କ କୌଶଳ କ୍ରମେ ଗାଡି କାଚ ଭାଙ୍ଗି ଖସିଯିବାରେ ହୋଇଥିଲେ ସଫଳ । ତେବେ ଖସିଯିବା ସମୟରେ ଦୁର୍ବୃତ୍ତମାନେ ଛାତ୍ରୀକୁ ବ୍ଲେଡରେ ଆକ୍ରମଣ କରିବାରୁ ଛାତ୍ରୀଙ୍କ ହାତ ଓ ବେକ ରେ କ୍ଷତ ସୃଷ୍ଟି ହୋଇଛି । ସଂଜ୍ଞହୀନ ଅବସ୍ଥାରେ ପଡି ଯାଇଥିବାବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲ ରେ ଭର୍ତ୍ତି କରିଥିଲେ ।

ଛାତ୍ରୀ ଜଣଙ୍କ ହେଉଛନ୍ତି ପଟ୍ଟାମୁଣ୍ଡାଇ ବାଳିକା ଉଚ୍ଚ ବିଦ୍ୟାଳୟ ର ସୁମିନି ସେଠି । ସୁମିନି ପଟ୍ଟାମୁଣ୍ଡାଇ ମନ୍ମଥ ନାଥ ଉଚ୍ଚ ବିଦ୍ୟାଳୟ ରୁ ମାଟ୍ରିକ ପରୀକ୍ଷା ସାରି ଘରକୁ ଫେରୁଥିବା ବେଳେ ରାସ୍ତାରେ ଏ ଘଟଣା ଘଟିଥିବା ଜଣା ପଡିଛି । ଅନ୍ୟପଟରେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରାଯାଇ ଥିବାବେଳେ ଗାଡି ଓ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛିା

Leave A Reply

Your email address will not be published.