Masthead

ସୀମାରେ ଶାନ୍ତି ନରହିଲେ ସମ୍ପର୍କରେ ଆସିବନି ସୁଧାର: ରାଜନାଥ ସିଂହ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୀମାରେ ଶାନ୍ତି ନରହିଲେ ସମ୍ପର୍କରେ ଆସିବନି ସୁଧାର । ଚୀନ ଭାରତ ଦ୍ୱିପାକ୍ଷିକ ସମ୍ପର୍କ ପ୍ରଚଳିତ ଥିବା ଚୁକ୍ତିର ଉଲ୍ଲଙ୍ଘନ ଯୋଗୁଁ ସମ୍ପର୍କ ପ୍ରଭାବିତ ହୋଇଛି । ସୀମାରେ ଶାନ୍ତି ପ୍ରତିଷ୍ଠା ନହେବା ଯାଏଁ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସି ପାରିବ ନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଛି । ଗତକାଲି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଲି ସାଙ୍ଗଫୁଙ୍କ ମଧ୍ୟରେ ସାକ୍ଷାତ ହୋଇଛି ।

ରାଜନାଥ ସିଂହ ତାଙ୍କ ଚୀନ୍ ପ୍ରତିପକ୍ଷଙ୍କ ସହ ଆଲୋଚନାବେଳେ ସୀମା ବିବାଦ କଥା ଉଠାଇଥିଲେ । ରାଜନାଥ କହିଥିଲେ ଯେ ପୂର୍ବରୁ ଜାରି ଶାନ୍ତି ଓ ସ୍ଥିରତା ଚୁକ୍ତିର ଉଲ୍ଲଂଘନ ଦ୍ୱିପାକ୍ଷିକ ସମ୍ପର୍କର ଭିତିଭୂମିକୁ ଦୋହଲାଇଦେଇଛି । ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲ୍ଏସିରେ ଥିବା ସମସ୍ତ ବିବାଦର ସମାଧାନ ଏବେର ଦ୍ୱିପାକ୍ଷିକ ଚୁକ୍ତି ଏବଂ ପ୍ରତିଶ୍ରୁତି ଅନୁଯାୟୀ ହେବା ଆବଶ୍ୟକ । ତିନି ବର୍ଷ ତଳେ ପୂର୍ବ ଲଦାଖରେ ସୀମା ବିବାଦ ଉପୁଜିବା ପରେ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା