Masthead

ମୁଁ ବି ମୁଖ୍ୟମନ୍ତ୍ରୀ ହେବି, ଓଡ଼ିଶାବାସୀଙ୍କ ସେବା କରିବି: ବିଷ୍ଣୁପ୍ରିୟା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଁ ବି ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛୁ । ମୁଖ୍ୟମନ୍ତ୍ରୀ ହୋଇ ଓଡ଼ିଶାବାସୀଙ୍କ ସେବା କରିବି । ଏଭଳି କହିଛନ୍ତି କୋରାପୁଟର ଝିଅ ବିଷ୍ଣୁପ୍ରିୟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଷ୍ଣୁପ୍ରିୟାଙ୍କୁ ପ୍ରଶଂସା କରିବା ସହ ଆଶୀର୍ବାଦ କରିଛନ୍ତି । ବିଷ୍ଣୁପ୍ରିୟା ଭଲ ପାଠପଢି ସମାଜର ସେବା କରନ୍ତୁ ବୋଲି କହିଛନ୍ତି । ରାଜ୍ୟର ସମସ୍ତ ସ୍କୁଲକୁ ୫ଟି ଅଧୀନରେ ରୂପାନ୍ତରିତ କରାଯାଉଛି । ତୃତୀୟ ପର୍ଯ୍ୟାୟରେ ୫ଟି ଅଧୀନରେ ୫ ଜିଲ୍ଲାର ୩୨୮ ସ୍କୁଲର ରୂପ ବଦଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ବିକାଶ ହେବା ସହ ଲକ୍ଷ୍ୟ ସ୍ଥଳରେ ଏଣିକି ପହଞ୍ଚିପାରିବେ । ସ୍କୁଲ ରୂପାନ୍ତକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟକୁ ବିଷ୍ଣୁପ୍ରିୟା ପ୍ରଶଂସା କରିଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲାର ଛାତ୍ରୀ ଦିପାଞ୍ଜଳୀ ବେହେରା ମଧ୍ୟ ଭବିଷ୍ୟତରେ ପାଇଲଟ ହେବେ ବୋଲି ଲକ୍ଷ୍ୟ ରଖିଛନ୍ତି । ସମ୍ବଲପୁରର ବିଶ୍ୱଜିତା ସାହୁ ଭବିଷ୍ୟତରେ ଆଇଏଏସ ହେବେ ବୋଲି କହିଛନ୍ତି । ଏହି ଛାତ୍ରୀମାନେ ସମସ୍ତେ ସରକାରୀ ସ୍କୁଲର ଛାତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ