Masthead

ହାଇଦ୍ରାବାଦକୁ ୫ ରନରେ ପରାସ୍ତ କଲା କୋଲକାତା

ହାଇଦ୍ରାବାଦ (ବଡ଼ ଖବର ବ୍ୟୁରୋ): ଆଇପିଏଲର ୪୭ତମ ମ୍ୟାଚରେ ଘରୋଇ ମାଟିରେ ସନରାଇଜର୍ସ ହାଇଦ୍ରାବାଦକୁ ୫ ରନରେ ପରାସ୍ତ କଲା କୋଲକାତା ନାଇଟ ରାଇଡର୍ସ । ଶେଷ ଓଭରରେ ବରୁନ ଚକ୍ରବର୍ତ୍ତୀଙ୍କ ଘାତକ ବୋଲିଂ ବଳରେ କୋଲକାତା ନାଇଟ ରାଇଡର୍ସ ଏହାର ୪ର୍ଥ ବିଜୟ ହାସଲ କରିଛି । ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଉଥିବା ମ୍ୟାଚରେ ହାଇଦ୍ରାବାଦକୁ ୫ ରନରେ ପରାସ୍ତ କରିଛି କୋଲକାତା । ଟସ୍ ଜତି ପ୍ରଥମେ ବ୍ୟାଟିଂ କରିଥିବା କେକେଆର ୨୦ ଓଭରରେ ୮ ଉଇକେଟରେ ୧୭୧ ରନ୍ ସଂଗ୍ରହ କରିଥିଲା। ଜବାବରେ ହାଇଦ୍ରାବାଦ ୨୦ ଓଭରରେ ୮ ୱିକେଟ ହରାଇ ୧୬୬ ରନରେ ପରାସ୍ତ ହୋଇଥିଲା ।

ହାଇଦ୍ରାବାଦ ପକ୍ଷରୁ ରାହୁଲ ତ୍ରିପାଠୀ ୨୦ ରନ୍ କରିଥିବା ବେଳେ ହେନ୍ରିଚ୍ କ୍ଲାସେନ୍ ୩୬ ରନ୍ କରିଥିଲେ । କ୍ୟାପ୍ଟେନ୍ ମାର୍କ୍ରାମଙ୍କ ୪୬ ରନ୍ କରିଥିଲେ ସୁଧା ହାଇଦ୍ରାବାଦକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ଅନ୍ୟପଟେ କୋଲକାତା ପକ୍ଷରୁ ବିଭବ ଆରୋରା, ଶାର୍ଦ୍ଦୁଲ ଠାକୁର ୨-୨ ୱିକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ, ଅନୁକୁଲ ରୟ, ଆଣ୍ଡ୍ରେ ରସେଲ, ହରସିତ୍ ରାଣା ୧-୧ ୱିକେଟ ନେଇ କୋଲକାତାକୁ ବିଜୟ ଦେଇଛନ୍ତି । ଏହି ବିଜୟ ସହ କୋଲକାତା ୮ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ୮ମ ସ୍ଥାନରେ ରହିଛି । ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଦଳ ଆରମ୍ଭରୁ କିଛି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା ।

ଦଳ ମାତ୍ର ୩୫ ରନରେ ୩ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ନୀତୀଶ ରାଣା ଓ ରିଙ୍କୁ ସିଂ ଲଢୁଆ ବ୍ୟାଟିଂ କରି ଦଳକୁ ବିପର୍ଯ୍ୟୟ ରୁ ଉଦ୍ଧାର କରିଥିଲେ। ନୀତୀଶ ୪୨ରନ ଓ ରିଙ୍କୁ ୪୬ରନ କରିଥିଲେ । ଏହି ଦୁଇଜଣ ଆଉଟ ହେବା ପରେ ଦଳ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କେବଳ ଆନ୍ଦ୍ରେ ରସେଲ ୨୪ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୭୧ରନ କରିଥିଲା । ହାଇଦ୍ରାବାଦ ପକ୍ଷରୁ ଟି.ନଟରାଜନ, ମାର୍କୋ ଜାନସେନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ଭୁବନେଶ୍ବର, ଆଇଡେନ ମାର୍କରାମ, କାର୍ତ୍ତିକ ତ୍ୟାଗୀ ଓ ମୟଙ୍କ ମାର୍କଣ୍ଡେ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ