ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କ୍ରେମଲିନ ଉପରେ ଡ୍ରୋନ ଆକ୍ରମଣ ଘଟଣା । ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ବଢିଛି ସୁରକ୍ଷା ଚିନ୍ତା । ଡ଼୍ରୋନ ଆକ୍ରମଣ ପରେ ପୁଟିନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି । ରାଜଧାନୀ ମସ୍କୋ ନିକଟ ନୋଭୋ-ଓଗାରିୟୋଭୋରେ ଏକ ବଙ୍କରକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି । କ୍ରେମଲିନ ପ୍ରବକ୍ତା ଦିମିତ୍ର ପେସକୋଭ ଏହି ସୂଚନା ଦେଇଛନ୍ତି ।
ଏହି ବଙ୍କର ଏଭଳି ନିର୍ମାଣ ହୋଇଛି ଯେ ପରମାଣୁ ବୋମା ଆକ୍ରମଣରୁ ସୁରକ୍ଷିତ ରହିପାରିବେ । କିଛିଦିନ ତଳେ ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ହୋଇଥିଲା । ପୁଟିନଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ୟୁକ୍ରେନ ଏହି ଡ୍ରୋନ ଆକ୍ରମଣ କରାଇଥିବା ଋଷର ଅଭିଯୋଗ ହୋଇଥିଲା । ପ୍ରତି ଆକ୍ରମଣ ୨ଟି ଡ୍ରୋନକୁ ନଷ୍ଟ କରାଯାଇଛି ବୋଲି ଋଷ ସେନା ପକ୍ଷରୁ କୁହାଯାଇଥିଲା ।