Masthead

ଋଷର ରାତିଅଧିଆ କ୍ଷେପଣାସ୍ତ୍ର ମାଡ଼ ଉଦ୍ୟମ ଫେଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରୁଷିଆର ମିଶାଇଲ ଖସାଇଲା ୟୁକ୍ରେନ ବାୟୁସେନା । ହାଇପରସୋନିକ ମିଶାଇଲକୁ ଖସାଇ ଦେଇଥିବା ଦାବି କରିଛି ୟୁକ୍ରେନ । ଆମେରିକାର ପାଟ୍ରିଅଟ୍‌ ଡିଫେନ୍ସ ସିଷ୍ଟମ ସହାୟତାରେ ୟୁକ୍ରେନ୍‌ ପ୍ରଥମ ଥର ପାଇଁ ମସ୍କୋର ଅତ୍ୟାଧୁନିକ କ୍ଷେପଣାସ୍ତ୍ରକୁ ପ୍ରତିହତ କରିବାକୁ ସମର୍ଥ ହୋଇଛି। ୟୁକ୍ରେନର ରାଜଧାନୀରେ ରୁଷିଆ ରାତିଅଧିଆ କ୍ଷେପଣାସ୍ତ୍ର ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ଏହାର କିନ୍‌ଝାଲ-ଟାଇପ୍‌ ବାଲିଷ୍ଟିକ୍‌ ମିଶାଇଲ୍‌କୁ ପ୍ରତିହତ କରାଯାଇଥିବା ୟୁକ୍ରେନ୍‌ ବାୟୁସେନା କମାଣ୍ଡର ମିକୋଲା ଓଲେଶ୍ଚୁକ୍‌ କହିଛନ୍ତି। ୟୁକ୍ରେନ୍‌ ପ୍ରଥମ ଥର ପାଇଁ ପାଟ୍ରିଅଟ୍‌ ଡିଫେନ୍ସ ସିଷ୍ଟମ ବ୍ୟବହାର କରିଛି। କିନ୍‌ଝାଲ ବାଲିଷ୍ଟିକ୍‌ ମିଶାଇଲର ଲକ୍ଷ୍ୟଭେଦ କ୍ଷମତା ୨,୦୦୦ କିଲୋମିଟର। ବାୟୁବେଗର ୧୦ ଗୁଣ ଅଧିକ ବେଗରେ ଏହା ଗତି କରିଥାଏ। ଅଣ୍ଡରଗ୍ରାଉଣ୍ଡ ବଙ୍କର କିମ୍ବା ସୁଡ଼ଙ୍ଗକୁ ଧ୍ୱଂସ କରିବା ପାଇଁ ଏହି କ୍ଷେପଣାସ୍ତ୍ର ବ୍ୟବାହର କରାଯାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା