Masthead

ଅପରାଜିତାଙ୍କ ଟ୍ୱିଟ୍, ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କି?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସକାଳେ ଅନୁରୋଧ କଲେ ଧର୍ମେନ୍ଦ୍ର । ସଂଧ୍ୟାରେ ତାକୁ ପରୋକ୍ଷରେ କାଉଣ୍ଟର କଲେ ଅପରାଜିତା । କପିଳେଶ୍ୱର ମନ୍ଦିର ପ୍ରସଙ୍ଗକୁ ନେଇ ଧର୍ମେନ୍ଦ୍ର ଓ ଅପରାଜିତାଙ୍କ ମଧ୍ୟରେ ଥିବା ସମନ୍ୱୟ ଅଭାବ ପ୍ରସଙ୍ଗ ପଦାରେ ପଡିଛି । ଗତକାଲି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି.କିଶାନ ରେଡ୍ଡୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଅନୁରୋଧ କରିଥିଲେ, ଭୁବନେଶ୍ୱର କପିଳେଶ୍ୱର ମନ୍ଦିର ପରିଚାଳନା ଦାୟିତ୍ୱ ଏଏସଆଇ ହାତକୁ ଯିବା ଉଚିତ୍ ।

ସପ୍ତମ ଶତାବ୍ଦୀର ଏହି ପୁରାତନ ମନ୍ଦିର ତାର ଐତିିହ୍ୟ, କୀର୍ତ୍ତିରାଜି ଏବଂ ଚିତ୍ରକଳା ପାଇଁ ପ୍ରସିଦ୍ଧ । ମାତ୍ର ସହରୀକରଣ, ପ୍ରଦୂଷଣ ସମସ୍ୟା ପାଇଁ ମନ୍ଦିରଟି ଅବହେଳିତ ହୋଇ ପଡ଼ିଛି । ରକ୍ଷଣାବେକ୍ଷଣା ଏବଂ ସରକ୍ଷଣ ଅଭାବ କାରଣରୁ ମନ୍ଦିରର ଢାଞ୍ଚା ଅବକ୍ଷୟ ହୋଇ ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଏଏସଆଇକୁ ମନ୍ଦିର ସୁରକ୍ଷା ଏବଂ ବିକାଶ ଯୋଜନାରେ ମନ୍ଦିରକୁ ସାମିଲ କରାଯାଉ ବୋଲି ସେ ଉଲ୍ଲେଖ କରିଥିଲେ । ସେପଟେ ଏହି ପ୍ରସଙ୍ଗକୁ ନେଇ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ସନ୍ଧ୍ୟାରେ ଆଉଏକ ଟ୍ୱିଟ କରିଛନ୍ତି । ଯେଉଁଥିରେ ସେ ସ୍ପଷ୍ଟ କରିଥିଲେ ଯେ କପିଳେଶ୍ୱର ମନ୍ଦିରକୁ ଜାତୀୟ ଐତିହ୍ୟ କୀର୍ତ୍ତିରାଜି ଭାବେ କେନ୍ଦ୍ର ସଂସ୍କୃତି ବିଭାଗ ଘୋଷଣା କରିସାରିଛି ।

ଏହା ସହ ମେ ୬ରେ ପ୍ରକାଶିତ ଗେଜେଟ୍ ନୋଟିଫେକସନକୁ ମଧ୍ୟ ଏହି ଟ୍ୱିଟରେ ଦେଇଛନ୍ତି । ଏଥିପାଇଁ ସେ କେମିତି ଉଦ୍ୟମ କରିଥିଲେ ତାହା ଫଟୋ ଯୋଡିଛନ୍ତି । ଅର୍ଥାତ୍ ଏହାର ଶ୍ରେୟ ତାଙ୍କର ବୋଲି ସେ ଦର୍ଶାଇବାକୁ ଚାହିଁଛନ୍ତି । ସକାଳେ ଧର୍ମେନ୍ଦ୍ର ଯେଉଁ ଚିଠି ଦେଲେ ସଂଧ୍ୟାକୁ ଅପରାଜିତାଙ୍କ ଟ୍ୱିଟ ପୂରା ବିପରୀତ ଭଳି ଥିଲା । ଉଭୟ ଗୋଟିଏ ଦଳର । ଧର୍ମେନ୍ଦ୍ରଙ୍କ ଚିଠି କଥା ଅପରାଜିତା ବି ଜାଣିଥିବେ । ଯଦି ତାଙ୍କ ପାଖେ କେଉଁ ସୂଚନା ଥିଲା ଯାହା ଧର୍ମେନ୍ଦ୍ର ଜାଣି ନ ଥିଲେ, ତାହା ତାଙ୍କୁ ଜଣାଇ ବି ପାରିଥାନ୍ତେ । କିନ୍ତୁ ସେ ଟ୍ୱିଟ କରି ଧର୍ମେନ୍ଦ୍ରଙ୍କୁ ପରୋକ୍ଷ କାଉଣ୍ଟ କରିବା ଉଭୟଙ୍କ ମଧ୍ୟରେ ଦୂରତା ଚର୍ଚ୍ଚାକୁ ଅଧିକ ଖୋରାକ୍ ଜଗାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ