ମମତା ବାନାର୍ଜୀ କାହାକୁ ବ୍ଲାକମେଲିଂ କରନ୍ତି ନାହିଁ: ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ବଡ଼ ବୟାନ । କହିଲେ ମମତା ବାନାର୍ଜୀ ଦେଶର ପ୍ରଧାନମନ୍ତ୍ରୀ ହେବା ଉଚିତ । ସେ କହିଛନ୍ତି ମମତା ଏପରି ଜଣେ ମୁଖ୍ୟମନ୍ତ୍ରୀ ଯିଏ କାହାକୁ ବ୍ଲାକମେଲିଂ କରନ୍ତି ନାହିଁ । ‘ମୁଁ ଭାବୁଛି ଦେଶରେ ଏକ ଶକ୍ତିଶାଳୀ ବିରୋଧୀଙ୍କ ଆବଶ୍ୟକତା ଅଛି, ଯାହାଦ୍ୱାରା ଶାସକ ଦଳର ଲୋକମାନେ ବ୍ଲାକମେଲ କରିପାରିବେ ନାହିଁ’। କୋଲକାତାରେ ଏଫଆଇସିସିଆଇ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ମତ ରଖିଛନ୍ତି । ସୁବ୍ରମଣ୍ୟମ କହିଛନ୍ତି, ମୁଁ ଆଜିର ଲୋକଙ୍କୁ ଜାଣେ। ସେମାନେ ବର୍ତ୍ତମାନର ସରକାରଙ୍କ ବିରୋଧରେ ଅଧିକ କହିବାକୁ ଚାହାଁନ୍ତି ନାହିଁ। କାରଣ ସେମାନେ ଏଜେନ୍ସିଗୁଡିକୁ ଭୟ କରୁଛନ୍ତି। ଦେଶର ଗଣତନ୍ତ୍ର ପାଇଁ ଏହା ଭଲ ନୁହେଁ। କିନ୍ତୁ ମମତା ସାହସୀ ଅଟନ୍ତି। ସେ କିପରି ବାମପନ୍ଥୀ ବିରୁଦ୍ଧରେ ଛିଡ଼ା ହୋଇଥିଲେ ଆମେ ଦେଖିଛୁ। ବର୍ତ୍ତମାନ ପରିସ୍ଥିତିରେ ମମତା ବାନାର୍ଜୀ ହେଉଛନ୍ତି ଏକମାତ୍ର ନେତା ଯିଏ ସାହସର ସହିତ ଠିଆ ହୋଇଛନ୍ତି ଏବଂ କାହାକୁ ଭୟ କରନ୍ତି ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’