Masthead

ଧରାପଡ଼ିଲା ବାଇକ୍ ଚୋର ରାକେଟ

କୋଣାର୍କ, (ବଡ଼ ଖବର ବ୍ୟୁରୋ): ଗତ କିଛିଦିନ ହେବ କୋଣାର୍କ-ନିମାପଡ଼ା ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି ବାଇକ ଚୋରୀ । ଏହି ବାଇକ ଚୋରିର ଏକ ବଡ଼ ରାକେଟକୁ ଗତକାଲି କୋଣାର୍କ ପୋଲିସ ଧରିବାରେ ସଫଳ ହୋଇଛି। ସୂଚନା ଅନୁଯାୟୀ, ଗତକାଲି ସକାଳ ୮ ଘଟିକା ସମୟରେ ଏ. ଏସ.ଆଇ ପ୍ରମୋଦ କୁମାର ଦଳାଇ କୋଣାର୍କ ବଜାର ମଧ୍ୟରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲେ । ଖବର ମୂତାବକ ଏକ ରୂପେଲି ରଙ୍ଗର ହିରୋ ହୋଣ୍ଡା ଗ୍ଲାମର ବାଇକ OR 02 L 9229 ଧରି ଜଣେ ଯୁବକ କୋଣାର୍କ ବଜାରରେ ପଇଂତରା ମାରୁଥିବା ସମୟରେ ତାକୁ ଅଟକାଇ ଥିଲେ ।

ଶ୍ରୀଯୁକ୍ତ ଦଳାଇ ଉକ୍ତ ଗାଡିକୁ ଜବତ କରିବା ସହ ଅଧିକ ପଚରାଉଚରା ପାଇଁ ତାଙ୍କୁ ଥାନାକୁ ଆଣିଥିଲେ। ପରେ ଅଧିକ ପଚରା ଉଚରା କରିବା ପରେ ସେ ନିଜେ ମାନି ଥିଲେ ଯେ ସେ ଏହା ବ୍ୟତୀତ ଅନ୍ୟ ୩ ଟି ଗାଡି ନାଲି-କଳା ରଙ୍ଗର ହିରୋ ହୋଣ୍ଡା, ପ୍ୟାସନ ପ୍ରୋ(OR 13F 3507)ନିଜ ଗ୍ରାମର ଏକ ଲୋକଙ୍କୁ ଚାରି ହଜାର ଟଙ୍କାରେ ବିକ୍ରି କରିଛନ୍ତି। ଏହା ପରେ ସେ ନିଜ ବୟାନ ରେ କହିଛି ଯେ ସେ ଏହି ଗାଡି ଗୁଡିକ କୋଣାର୍କ ନିମାପଡା ଓ ଏହାର ଆଖପାଖ ଅଞ୍ଚଳରୁ ଚୋରି କରୁଥିଲା। ଏହାପରେ କୋଣାର୍କ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ କେଶ ନମ୍ବର ୧୨୯ ରେ ଦଫା U/S 379/411/34 IPCରେ ଅଭିଯୁକ୍ତ ଓ ଅନ୍ୟ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି