Masthead

ଧରାପଡ଼ିଲା ବାଇକ୍ ଚୋର ରାକେଟ

କୋଣାର୍କ, (ବଡ଼ ଖବର ବ୍ୟୁରୋ): ଗତ କିଛିଦିନ ହେବ କୋଣାର୍କ-ନିମାପଡ଼ା ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି ବାଇକ ଚୋରୀ । ଏହି ବାଇକ ଚୋରିର ଏକ ବଡ଼ ରାକେଟକୁ ଗତକାଲି କୋଣାର୍କ ପୋଲିସ ଧରିବାରେ ସଫଳ ହୋଇଛି। ସୂଚନା ଅନୁଯାୟୀ, ଗତକାଲି ସକାଳ ୮ ଘଟିକା ସମୟରେ ଏ. ଏସ.ଆଇ ପ୍ରମୋଦ କୁମାର ଦଳାଇ କୋଣାର୍କ ବଜାର ମଧ୍ୟରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲେ । ଖବର ମୂତାବକ ଏକ ରୂପେଲି ରଙ୍ଗର ହିରୋ ହୋଣ୍ଡା ଗ୍ଲାମର ବାଇକ OR 02 L 9229 ଧରି ଜଣେ ଯୁବକ କୋଣାର୍କ ବଜାରରେ ପଇଂତରା ମାରୁଥିବା ସମୟରେ ତାକୁ ଅଟକାଇ ଥିଲେ ।

ଶ୍ରୀଯୁକ୍ତ ଦଳାଇ ଉକ୍ତ ଗାଡିକୁ ଜବତ କରିବା ସହ ଅଧିକ ପଚରାଉଚରା ପାଇଁ ତାଙ୍କୁ ଥାନାକୁ ଆଣିଥିଲେ। ପରେ ଅଧିକ ପଚରା ଉଚରା କରିବା ପରେ ସେ ନିଜେ ମାନି ଥିଲେ ଯେ ସେ ଏହା ବ୍ୟତୀତ ଅନ୍ୟ ୩ ଟି ଗାଡି ନାଲି-କଳା ରଙ୍ଗର ହିରୋ ହୋଣ୍ଡା, ପ୍ୟାସନ ପ୍ରୋ(OR 13F 3507)ନିଜ ଗ୍ରାମର ଏକ ଲୋକଙ୍କୁ ଚାରି ହଜାର ଟଙ୍କାରେ ବିକ୍ରି କରିଛନ୍ତି। ଏହା ପରେ ସେ ନିଜ ବୟାନ ରେ କହିଛି ଯେ ସେ ଏହି ଗାଡି ଗୁଡିକ କୋଣାର୍କ ନିମାପଡା ଓ ଏହାର ଆଖପାଖ ଅଞ୍ଚଳରୁ ଚୋରି କରୁଥିଲା। ଏହାପରେ କୋଣାର୍କ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ କେଶ ନମ୍ବର ୧୨୯ ରେ ଦଫା U/S 379/411/34 IPCରେ ଅଭିଯୁକ୍ତ ଓ ଅନ୍ୟ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ