Masthead

ବିଜେପି ଅସୁବିଧାରେ ପଡ଼ିଲେ ସୁବିଧାବାଦର କଥା କୁହେ: ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଜେପି ଯେତେବେଳେ ଅସୁବିଧାରେ ପଡେ ସେତେବେଳେ ସୁବିଧାବାଦର କଥା କୁହେ । ଏଭଳି କହିଛନ୍ତି ବିଜେଡି ଉପ ସଭାପତି ପ୍ରସନ୍ନ ଆଚାର୍ଯ୍ୟ । ଇତିହାସ ଖୋଲିଲେ ଜଣାପଡ଼ିବ କିଏ ସୁବିଧାବାଦୀ । ଆମେ ଓଡ଼ିଶାର ସୁବିଧା ପାଇଁ କାମ କରୁଛୁ ବୋଲି କହିଛନ୍ତି ପ୍ରସନ୍ନ । ରାଜ୍ୟର ସ୍ୱାର୍ଥ କୁ ଆଖି ଆଗରେ ରଖି ଆମେ ନିଷ୍ପତି ନେଉ । ୨୦୦୯ ମେଣ୍ଟ ସରକାର ପରଠାରୁ ବିଜେଡିର ସମଦୂରତ୍ୱ ନୀତି ବଜାୟ ରହିଛି । ଜେଡିୟୁ କ’ଣ ଟ୍ୱିଟ କଲା ଜେଡିୟୁ କହିପାରିବ କିନ୍ତୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ଏକ ସୌଜନ୍ୟମୂଳକ ସାକ୍ଷାତ । ନବୀନ ଓ ନୀତୀଶଙ୍କ ପୁରାତନ ବନ୍ଧୁତା ରହିଛି । ଜେଡିୟୁ ଗୋଟେ ଅନ୍ୟ ରାଜନୈତିକ ଦଳ ବିଜେଡି ଗୋଟେ ଅନ୍ୟ ରାଜନୈତିକ ଦଳ । ଓଡ଼ିଶାକୁ ଯେଉଁ ନେତା ବା ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନ୍ତି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟନ୍ତି । ନବୀନ କେଵେଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନୁହନ୍ତି ସେ ଭାରତବର୍ଷ ର ଉଚ୍ଚ ନେତୃତ୍ୱ । ତାଙ୍କପ୍ରତି ସବୁ ଦଳର ସବୁ ନେତାଙ୍କ ସମ୍ମାନ ଅଛି । ନବୀନ ଜଣେ ପୁରୁଖା ରାଜନେତା କେନ୍ଦ୍ରମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିଲେ । ଭାରତ ବର୍ଷର ସବୁ ନେତାଙ୍କ ସହ ତାଙ୍କର ପରିଚୟ ଅଛି । ନୀତିଶଙ୍କ ସହ ଆଲୋଚନା ପରେ ନବୀନ କହିଛନ୍ତି କୌଣସି ରାଜନୈତିକ ଆଲୋଚନା ହୋଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ