Masthead

ନବୀନ ସରକାରରେ ଭୂତ କାର୍ଡ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୂତ ରାସନ ପରେ ବାହାରିବେ ଭୂତ ଚାଷୀ । ଓଡ଼ିଶାରେ ମାତିଛନ୍ତି ଭୂତ ହିତାଧିକାରୀ । ସରକାରୀ ଯୋଜନା ଉପରେ ପଡିଛି ଲୋଲୁପ ଦୃଷ୍ଟି । ନବୀନ ସରକାରରେ ଲକ୍ଷ ଲକ୍ଷ ଅଯୋଗ୍ୟ ହୋଇଥିଲେ ସାମିଲ । ମୋହନ ସରକାରରେ ଡାକିଲେଣି ତ୍ରାହି ତ୍ରାହି । ଚକିତ କରୁଛି ମନ୍ତ୍ରୀଙ୍କ ତଥ୍ୟ । ରାଜ୍ୟରେ ଚାଲିଛି ରାସନ୍ କାର୍ଡରେ ଇକେଓଇସି । ବାହାରୁଛନ୍ତି ଭୂତ କାର୍ଡଧାରୀ । ଏବେ ପଡ଼ିଲା ଚାଷୀଙ୍କ ପାଳି । ଆରମ୍ବ ହେଲା ରେଜିଷ୍ଟ୍ରେସନ ପ୍ରକ୍ରିୟା । ବାହାରିବେ ମାଳ ମାଳ ଜାଲ ଚାଷୀ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯୋଗ୍ୟଙ୍କୁ ବାଦ ଦେଇ ଭୂତ ହିତାଧିକାରୀଙ୍କୁ ପୂର୍ବ ସରକାର ସାମିଲ କରିଥିଲେ । ବର୍ତ୍ତମାନ ସୁଦ୍ଧା ୪୦ଲକ୍ଷରୁ ଅଧିକ ଭୂତ ରାସନ୍ କାର୍ଡଧାରୀ ବାହାରିଲେଣି । ଗୋଟିଏ ଗୋଟିଏ ଜିଲ୍ଲାରୁ ଦେଢ ଲକ୍ଷରୁ ଉଦ୍ଧ୍ୱର୍ ।

ଖାଲି ରାସନରେ ଅଟକି ନାହାନ୍ତି ସରକାର । ରାଜ୍ୟରେ ଚାଲିଛି ଧାନ କିଣା ପ୍ରକ୍ରିୟା । ସ୍ୱଚ୍ଛତା ଓ ଯୋଗ୍ୟଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ସରକାର ରଖିଛନ୍ତ ଲକ୍ଷ୍ୟ । ଚାଷୀଙ୍କୁ ବି କରିବେ ରେଜିଷ୍ଟ୍ରେସନ । ଜାଲ ହିତାଧିକାରୀଙ୍କୁ ବାଦ ଦେବାକୁ ସରକାର ରଖିଛନ୍ତି ଟାର୍ଗେଟ । କିନ୍ତୁ ବିଜେଡି ଉଠାଇଛି ପ୍ରଶ୍ନ ? ଘଟୁଥିବା ଘଟଣା ବଳିକୁ ନଜରରେ ରଖି ସରକାର ନିଷ୍ପତ୍ତି ନେବାର ଅଛି ବୋଲି କହିଛନ୍ତି ବିଜେଡି ସାସଂଦ ମୁନା ଖାଁ । ଯାହାକୁ ପଲଟା ଜବାବ ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ୨୪ବର୍ଷ ଧରି ଚାଲିଥିବା ସିଷ୍ଟମ୍ ଆଉ ଚଳିବ ନାହିଁ । ଜିଏ ହକ୍ଦାର ସେ ଭୟ କରିବ ନାହିଁ, ଆସି ରେଜିଷ୍ଟ୍ରେସନ କରିବେ । ଚାଷୀକୂଳଙ୍କୁ ଚିନ୍ତା କରିବାର ନାହିଁ । ସରକାର ତାଙ୍କ ସହ ଅଛନ୍ତି । ଭୋଟ ପାଇଁ ଏଠି ସବୁ କିଛି ସମ୍ଭବ । ଅଯୋଗ୍ୟଙ୍କୁ ବି ଯୋଗ୍ୟ କରି ସରକାରୀ ଯୋଜନାକୁ ଚାଲିଥିଲା ହଡ଼ପ । ନୂଆ ସରକାର ଆସିବା ପରେ ଫିଟୁଛି ଭୂତ ହିତାଧିକାରୀଙ୍କ ଗୁମର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ