Masthead

ସିନ୍ଦେ ବନାମ ଉଦ୍ଧବ, ଆଜି ରାୟ ଶୁଣାଇବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ର ସରକାରର ହେବ ଭାଗ୍ୟ ନିର୍ଦ୍ଧାରଣ । ଏକନାଥ ସିନ୍ଦେ ବନାମ ଉଦ୍ଧବ ଠାକରେ । ଏହି ବିବାଦକୁ ଆଜି ରାୟ ଶୁଣାଇବେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ୫ ଜଣିଆ ଖଣ୍ଡପୀଠ ମାର୍ଚ୍ଚ ୧୬ରେ ଏହି ମାମଲା ଉପରେ ଶୁଣାଣି କରି ମାମଲାକୁ ସଂରକ୍ଷିତ ରଖିଥିଲେ । ଶୁଣାଣି ସମୟରେ ଉଦ୍ଧବ ଶିବିର ସିନ୍ଦେଙ୍କ ବିଦ୍ରୋହ ଏବଂ ତାଙ୍କ ସରକାର ଗଠନକୁ ବେଆଇନ ବୋଲି କହିଥିଲେ ସୁପ୍ରିମକୋର୍ଟ । ସେପଟେ ସିନ୍ଦେ ଗୋଷ୍ଠୀ କହିଛନ୍ତି ବିଧାନସଭାରେ ବିଭାଜନ ପରେ ରାଜ୍ୟପାଳ ଫ୍ଲୋର ଟେଷ୍ଟ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇ ସଠିକ ପଦକ୍ଷେପ ନେଇଛନ୍ତି । ଗତବର୍ଷ ବରିଷ୍ଠ ଶିବସେନା ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଧାୟକଙ୍କ ବିଦ୍ରୋହ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ଏକନାଥଙ୍କ ସହ ୧୬ ଜଣ ବିଧାୟକଙ୍କୁ ଉଦ୍ଦବ ଗୋଷ୍ଠୀ ଅଯୋଗ୍ୟ ଘୋଷଣା କରିବାକୁ ଦାବି ହୋଇଛି । ଏବେ ଏହି ମାମଲାର ରାୟ ଆସିବ । ଆଜି ଏହାର ଶୁଣାଣି କରିବେ ସୁପ୍ରିମକୋର୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ