Before Header

କରୋନା ରୋଗୀ ଘରେ ରହି କେମିତି ଚିକିତ୍ସିତ ହେବେ ଜାଣନ୍ତୁ

0 342

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କାୟା ମେଲାଉଛି କରୋନା । ଦ୍ରୁତଗତିରେ ବ୍ୟାପି ଚାଲିଛି କରୋନାର ଦ୍ୱିତୀୟ ଲହର । ଅନେକ ରାଜ୍ୟରେ ଅବସ୍ଥା ସାଂଘାତିକ । କିଛି ରାଜ୍ୟରେ ଅକ୍ସିଜେନ ଓ ବେଡର ରହିଛି ଘୋର ଅଭାବ । ଯାହାକୁ ଦୃଷ୍ଟିରେ ରଖି କମ୍ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କୁ ଘରେ ରହି ଚିକିତ୍ସିତ ହେବାକୁ କହୁଛନ୍ତି ସରକାର । ଗୁରୁତର ରୋଗୀଙ୍କୁ ହସ୍ପିଟାଲରେ ଚିକିତ୍ସା କରାଇବା ଉପରେ ଗୁରୁତ୍ୱାରୋପ କରାଯାଉଛି । ଏଭଳି ସ୍ଥଳେ ଆପଣ କେମିତି ଘରେ ରହି ହେବେ ଚିକିତ୍ସିତ । ଘରେ ରହି କେମିତି ସୁସ୍ଥ ହେବେ ସେନେଇ କିଛି ଟିପ୍ସ ଜାରି କରିଛନ୍ତି ବିଶେଷଜ୍ଞ । ତେବେ କଣ ଏହି ଟିପ୍ସ ? କେମିତି ଘରେ ରହି ଆପଣ ପ୍ରାଥମିକ ଚିକିତ୍ସା ଆପଣାଇବେ ଆସନ୍ତୁ ଜାଣିବା ।

ଯଦି ଆପଣ ସଂକ୍ରମିତ ତେବେ ଘରେ ଏକାନ୍ତରେ ରୁହନ୍ତୁ । ଯେଉଁ ଘରେ ରହୁଛନ୍ତି ସେହି ଘରର ଲୋକଙ୍କୁ ପଦାକୁ ନଯିବା ପାଇଁ ଯଥା ସମ୍ଭବ ବାରଣ କରନ୍ତୁ । ଅନ୍ୟମାନଙ୍କ ଦ୍ୱାରା ଜିନିଷ ମଗାଇ ଚଳନ୍ତୁ । ଗୋଟିଏ ଘରୁ ଏକାଧିକ ପଜିଟିଭ ବାହାରିଲେ ସେମାନେ ଏକାଠି ରହି ପାରିବେ । ତେବେ ଅନ୍ୟ ଯେଉଁମାନେ ସଂକ୍ରମିତ ହୋଇ ନାହାଁନ୍ତି ସେମାନେ ଅଲଗା ରହିବାକୁ ପଡିବ । ପ୍ରତି ଚାରି/ପାଞ୍ଚ ଘଣ୍ଟାରେ ଥରେ ଶରୀରର ତାପମାତ୍ରା ଯାଞ୍ଚ କରାନ୍ତୁ । ଲଗାତାର ୫ ଦିନ ଧରି ଜର ନଛାଡିଲେ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ବଦଳାନ୍ତୁ । କରୋନା ରୋଗୀଙ୍କ ପାଇଁ ପ୍ରମୁଖ ସମସ୍ୟା ହେଉଛି ଶ୍ୱାସ ଜନିତ ସମସ୍ୟା । ନିଜର ଅମ୍ଲଜାନସ୍ତର ମାପିବା ପାଇଁ ପାଖରେ ଏକ ଅକ୍ସିମିଟର କିଣି ରଖନ୍ତୁ । ଏଥିରେ ଅମ୍ଲଜାନର ସ୍ତର ଯାଞ୍ଚ କରାନ୍ତୁ । ଯଦି ୯୪%ରୁ କମ ଥାଏ ତେବେ ତୁରନ୍ତ ଡାକ୍ତରଙ୍କୁ ଜଣାନ୍ତୁ । ଅକ୍ସିମିଟର ନଥିଲେ ରୋଗୀଙ୍କ ଶ୍ୱାସକ୍ରିୟାର ଗତି ମାପନ୍ତୁ । ଏକ ମିନଟରେ ୨୫ ଥରରୁ ଅଧିକ ଶ୍ୱାସ ଗ୍ରହଣ କଲେ ଡାକ୍ତରଙ୍କୁ ଜଣାନ୍ତୁ । ସୁସ୍ଥହେବାର ୧୭ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବାକୁ ପଡିବ । କେତକ କ୍ଷେତ୍ରରେ କରୋନାର ସୁସ୍ଥହେବା ପରେ ମଧ୍ୟ ସମସ୍ୟା ଦେଖାଦେଇଥାଏ । ଏଥିପ୍ରତି ବିଚଳିନ ହେବାକୁ ବିଶେଷଜ୍ଞ ମତ ରଖିଛନ୍ତି । କରୋନା ବିରୋଧରେ ଲଢେଇରେ ଭୟ ପରିତ୍ୟାଗ କରନ୍ତୁ । ସତର୍କ ରୁହନ୍ତୁ । ସମସ୍ତ ଗାଇଡଲାଇନ ମାନନ୍ତୁ । କୌଣସି ଅବହେଳା କରନ୍ତୁ ନାହିଁ । ନିଜେ ସୁରକ୍ଷିତ ରୁହନ୍ତୁ, ସମାଜକୁ ବି କରୋନା ମୁକ୍ତ କରିବାରେ ସହାୟକ ହୁଅନ୍ତୁ ।

Leave A Reply

Your email address will not be published.