Masthead

ଭତ୍ତା ପ୍ରଦାନରେ ନୂଆ ନିୟମ ହିତାଧିକାରୀଙ୍କୁ ଅଡ଼ୁଆ

ଆନନ୍ଦପୁର(ବଡ଼ ଖବର ବ୍ୟୁରୋ): ଭତ୍ତା ପ୍ରଦାନରେ ନୂଆ ନିୟମ ହିତାଧିକାରୀଙ୍କୁ ଅଡ଼ୁଆ ପୂର୍ବରୁ ପଞ୍ଚାୟତରୁ ଭତ୍ତା ପାଉଥିଲେ ହିତାଧିକାରୀ । ଏବେ ବ୍ୟାଙ୍କରୁ ଭତ୍ତା ଦେବାର ବ୍ୟବସ୍ଥା ହେବାପରେ ମାସ ମାସ ଧରି ହିତାଧିକାରୀଙ୍କୁ ମିଳୁନି ଭତ୍ତା ଟଙ୍କା। ପରିଣତ ବୟସରେ ଔଷଧ ପାଇଁ ଟଙ୍କା ଯୋଗାଡ଼ କରି ପାରୁନାହାନ୍ତି ହିତାଧିକାରୀ । ଧାର କରଜ ବଢିବା ପରେ ଅସହ୍ୟ ହେଉଛି ଦେକାନୀଙ୍କ ତାଗିଦ୍ । ଭତ୍ତା ଟଙ୍କା କିଭଳି ମିଳିବ, ସେନେଇ ପ୍ରଶାସନକୁ ଗୁହାରି କରିଛନ୍ତି ଲୋକେ ।

ଜଣେ କି ଦୁଇଜଣ ନୁହେଁ, ପ୍ରତିଦିନ ବ୍ଳକରେ ହିତାଧିକାରୀଙ୍କ ଜମୁଛି ଭିଡ଼ । ନିଜ ଭତ୍ତା ଟଙ୍କା କିଭଳି ମିଳିବ, ସେନେଇ ଅଧିକାରୀଙ୍କୁ ନେହୁରା ହେଉଛନ୍ତି ଲୋକେ । ଜମ୍ଭୀରା ପଞ୍ଚାୟତ ଲାଖବିନ୍ଧା ଗ୍ରାମର ବିଧବା ସୁଲୋଚନା ମୁଦୁଲି ପୂର୍ବରୁ ପଞ୍ଚାୟତରୁ ନିୟମିତ ଭତ୍ତା ଟଙ୍କା ପାଉଥିଲେ । ହେଲେ ଏବେ ୭ମାସ ହେଲା ଭତ୍ତା ଟଙ୍କା ପାଇଁ ବ୍ଲକ ଓ ପଞ୍ଚାୟତକୁ ଦୌଡି ନୟାନ୍ତ ହେଲେଣି ସୁଲୋଚନା । ଘରେ ଦୁଇ ଓଳି ଖାଇବାକୁ ନଥିବା ବେଳେ ଔଷଧ ପାଇଁ ଭତ୍ତା ଟଙ୍କା ଏକମାତ୍ର ଭରସା । ହେଲେ, ୭ମାସ ଧରି ଭତ୍ତା ପାଉ ନଥିବାରୁ ସେ ଏବେ ଦୁଃଖରେ କାଳ କାଟୁଛନ୍ତି । ସେହିପରି ସୋସୋ ପଞ୍ଚାୟତ କାନପୁର ଗ୍ରାମର କମଳା ଧଳ ୭ମାସ ହେଲା ଭତ୍ତା ଟଙ୍କା ପାଇ ନାହାନ୍ତି । ବାରମ୍ବାର ପଞ୍ଚାୟତ ଓ ବ୍ଲକକୁ ଦୌଡି ମଧ୍ୟ କୌଣସି ଫଳ ହେଉନାହିଁ । ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି ।

ହାଟଡ଼ିହି ବ୍ଳକରେ ଇନ୍ଦିରାଗାନ୍ଧୀ ଜାତୀୟ ପେନସନ ଯୋଜନାରେ ୭୬୨୩ ଓ ମଧୁବାବୁ ଯୋଜନାରେ ୧୦୨୮୮ ହିତାଧିକାରୀଙ୍କୁ ଭତ୍ତା ଦିଆଯାଉଛି । ତିନି, ଚାରିମାସ ହେଲା ଭତ୍ତା ପ୍ରଦାନରେ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଛି । ଏପରିକି ବ୍ଲକର ୪ ରୁ ୫ ହଜାର ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଅନେକ ଲୋକଙ୍କ ଭତ୍ତା ଟଙ୍କା ଅନ୍ୟ ଏକାଉଣ୍ଟକୁ ପଳାଇ ଥିବାରୁ ବିଚରା ହିତାଧିକାରୀମାନେ କିପରି ସେମାନଙ୍କ ଭତ୍ତା ଟଙ୍କା ଫେରି ପାଇବେ ଚିନ୍ତାରେ ପଡ଼ି ଯାଇଛନ୍ତି। ନିତିଦିନ ସେମାନଙ୍କ ଆଖିରୁ ଲୁହ ଝରୁଛି। ତୁରନ୍ତ ସେମାନଙ୍କୁ ଭତ୍ତା ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଅତିଶୀଘ୍ର ସ୍ଥିତିରେ ସୁଧାର ଆଣିବାକୁ ପଦକ୍ଷେପ ନେବେ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ