Masthead

ଆଜିଠୁ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କୋଭିଡ କଟକଣା ମଧ୍ୟରେ ସୋମବାରଠୁ ଆରମ୍ଭ ହେବ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ । ସପ୍ତଦଶ ଲୋକସଭାର ଷଷ୍ଠ ଅଧିବେଶନରେ ୨୦ ଟି କାର୍ଯ୍ୟ ଦିବସ ରହିବ । ଲୋକସଭା ଓ ରାଜ୍ୟସଭାରେ ଗୃହ କାର୍ଯ୍ୟ ପୂର୍ବାହ୍ନ ୧୧ ଟାରେ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ । ଅଗଷ୍ଟ ୧୩ ରେ ଏହି ଅଧିବେଶନ ଶେଷ ହେବ । ଏଥିପାଇଁ ଉଭୟ ଶାସକ ଓ ବିରୋଧି ନିଜ ନିଜ ପ୍ରସ୍ତୁତି ଶେଷ କରିଛନ୍ତି ।

ଏଥର ସଂସଦର ମୌସୁମୀ ଅଧିବେଶନ ତୋଫାନୀ ହେବ ବୋଲି ଆଶଙ୍କା କରାଯାଉଛି । ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ସବୁ ରାଜନୈତିକ ଦଳକୁ ଡାକି ବୈଠକ କରିଛନ୍ତି । ପ୍ରାୟ ୩୦ଟି ରାଜନୈତିକ ଦଳର ପ୍ରତିନିଧି ଯୋଗଦେଇଥିବା ଏହି ବୈଠକରେ ମୋଦି ଆଶ୍ୱାସନା ଦେଇଛନ୍ତି, ଯେ ସରକାର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗୃହରେ ସାର୍ଥକ ଓ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଆଲୋଚନା ହେବା ଉଚିତ। କରୋନାର ଦ୍ୱିତୀୟ ଲହରରେ ଦେଶରେ ୪ ଲକ୍ଷ ୧୩ ହଜାର ଲୋକଙ୍କ ମୃତ୍ୟୁ ଓ ସରକାର ଉପରେ ଉଠୁଥିବା ପ୍ରଶ୍ନ ଏହି ଅଧିବେଶନରେ ଝଡ଼ ସୃଷ୍ଟି କରିବ ।

ଏହା ଛଡା ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ । ଏହା ଛଡା ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ନେଇ ମଧ୍ୟ ସରକାରଙ୍କୁ ଘେରିପାରନ୍ତି ବିରୋଧୀ । ଏପଟେ ସର୍ବଦଳୀୟ ବୈଠକରେ ବିଜୁ ଜନତା ଦଳ ବିଧାନ ପରିଷଦ କଥା ଉଠାଇଛି । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ ବିଜେଡିର ପ୍ରସନ୍ନ ଆଚାର୍ୟ୍ୟ ଓ ପିନାକୀ ମିଶ୍ର ବିଧାନପରିଷଦ ବିଲ୍ ସହ ମହିଳା ସଂରକ୍ଷଣ ବିଲ୍ ଓ ଅନୁସୂଚିତ ଜନଜାତି ତାଲିକା ସଂକ୍ରାନ୍ତୀୟ ବିଲ୍ ଆଣିବା ପାଇଁ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା