Masthead

ଚିଲିକାରେ କଳବୈଶାଖୀ ତାଣ୍ଡବ, ମତ୍ସ୍ୟଜୀବୀ ନିଖୋଜ

ଚିଲିକା(ବଡ଼ ଖବର ବ୍ୟୁରୋ): ରାତିରେ ଚିଲିକାରେ କଳବୈଶାଖୀ ତାଣ୍ଡବ । ମତ୍ସ୍ୟଜୀବୀ ନିଖୋଜ । କଣାସ ନିକଟବର୍ତ୍ତୀ ଚିଲିକା ଭିତରେ କାଳବୈଶାଖୀର ତାଣ୍ଡବରେ ଚିଲିକା ମଝିରେ ଭାଙ୍ଗିଲା ୭ ଟି ଡ଼ଙ୍ଗା ଓ ୬ ଟି ଡ଼ଙ୍ଗା ପାଣିରେ ବୁଡ଼ି ଯାଇଥିବା ବେଳେ ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଛନ୍ତି । ଅନ୍ୟମାନେ କୂଳକୁ ଆସିଥିବା ବେଳେ କଣାସ ସରସ୍ୱତୀ ନଗରର ମିଥୁନ ବେହେରା କାଳବୈଶାଖୀରେ ଚିଲିକାରେ ନିଖୋଜ ଥିବା ଜଣାପଡିଛି । ପବନ ଝଡ଼ ଏତେ ମାତ୍ରାରେ ଥିଲା ଯେ ପାଣି ଭିତରେ କିଛି ଡ଼ଙ୍ଗା ବୁଡିଯିବା ସହିତ କିଛି ଡ଼ଙ୍ଗା ମାଡ଼ ହୋଇ ଭାଙ୍ଗି ନଷ୍ଟ ହୋଇଯାଇଛି । ଅକାତ କାତ ଚିଲିକା ଜଳରାଶିରେ ମତ୍ସ୍ୟଜୀବୀ ନିଜର ଡ଼ଙ୍ଗା,ଜାଲ, ଖୋଜୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । କଣାସ ବ୍ଲକ ସରସ୍ଵତୀନଗର ଗାଁର ବନମାଳୀ ବେହେରା,ଲକ୍ଷ୍ମଣ ବେହେରା,ଗୁଣନିଧି ବେହେରା, ଅନାମ ବେହେରା,ସୁକାନ୍ତ ବେହେରା ନାମକ ମସ୍ୟଜୀବୀମାନେ ଚିଲିକାକୁ ମାଛଧରି ଘରକୁ ଫେରିବା ସମୟରେ ଏଭଳି ଅଘଟଣ ଘଟିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼