Masthead

ଚିଲିକାରେ କଳବୈଶାଖୀ ତାଣ୍ଡବ, ମତ୍ସ୍ୟଜୀବୀ ନିଖୋଜ

ଚିଲିକା(ବଡ଼ ଖବର ବ୍ୟୁରୋ): ରାତିରେ ଚିଲିକାରେ କଳବୈଶାଖୀ ତାଣ୍ଡବ । ମତ୍ସ୍ୟଜୀବୀ ନିଖୋଜ । କଣାସ ନିକଟବର୍ତ୍ତୀ ଚିଲିକା ଭିତରେ କାଳବୈଶାଖୀର ତାଣ୍ଡବରେ ଚିଲିକା ମଝିରେ ଭାଙ୍ଗିଲା ୭ ଟି ଡ଼ଙ୍ଗା ଓ ୬ ଟି ଡ଼ଙ୍ଗା ପାଣିରେ ବୁଡ଼ି ଯାଇଥିବା ବେଳେ ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଛନ୍ତି । ଅନ୍ୟମାନେ କୂଳକୁ ଆସିଥିବା ବେଳେ କଣାସ ସରସ୍ୱତୀ ନଗରର ମିଥୁନ ବେହେରା କାଳବୈଶାଖୀରେ ଚିଲିକାରେ ନିଖୋଜ ଥିବା ଜଣାପଡିଛି । ପବନ ଝଡ଼ ଏତେ ମାତ୍ରାରେ ଥିଲା ଯେ ପାଣି ଭିତରେ କିଛି ଡ଼ଙ୍ଗା ବୁଡିଯିବା ସହିତ କିଛି ଡ଼ଙ୍ଗା ମାଡ଼ ହୋଇ ଭାଙ୍ଗି ନଷ୍ଟ ହୋଇଯାଇଛି । ଅକାତ କାତ ଚିଲିକା ଜଳରାଶିରେ ମତ୍ସ୍ୟଜୀବୀ ନିଜର ଡ଼ଙ୍ଗା,ଜାଲ, ଖୋଜୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । କଣାସ ବ୍ଲକ ସରସ୍ଵତୀନଗର ଗାଁର ବନମାଳୀ ବେହେରା,ଲକ୍ଷ୍ମଣ ବେହେରା,ଗୁଣନିଧି ବେହେରା, ଅନାମ ବେହେରା,ସୁକାନ୍ତ ବେହେରା ନାମକ ମସ୍ୟଜୀବୀମାନେ ଚିଲିକାକୁ ମାଛଧରି ଘରକୁ ଫେରିବା ସମୟରେ ଏଭଳି ଅଘଟଣ ଘଟିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ