Masthead

୨ ଲକ୍ଷ ବେକାରୀ ଯୁବକଙ୍କୁ ଚାକିରି ସହ, ୬ ହଜାର ବାର୍ଦ୍ଧକ୍ୟ ଭତ୍ତା

ହରିୟାନା (ବଡ଼ ଖବର ବ୍ୟୁରୋ):  ୨୦୨୪ ନିର୍ବାଚନକୁ ନେଇ ଚାଲିଛି ଅଙ୍କକଷା । ଭୋଟ ହାତେଇବା ପାଇଁ ଦଳମାନଙ୍କ ଭିତରେ ଚାଲିଛି କସରତ । ଯୋଜନା ମାଧ୍ୟମରେ ଭୋଟରଙ୍କୁ କରୁଛନ୍ତି ଆକୃଷ୍ଟ । ହରିୟାନାରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ଦିପେନ୍ଦ୍ରସିଂ ହୁଡ୍ଡା ଜନତାଙ୍କ ପାଇଁ ପ୍ରତିଶ୍ରୁତି ବର୍ଷା କରିଛନ୍ତି । ଏକ ଜନସଭାକୁ ସମ୍ବୋଧିତ କରି ହୁଡ୍ଡା କହିଛନ୍ତି କି ଯଦି ୨୦୨୪ରେ ହରିଆଣାରେ କଂଗ୍ରେସ ସରକାର ଗଠନ କରେ ତେବେ ଲୋକଙ୍କୁ ପ୍ରତି ଗ୍ୟାସ ସିଲିଣ୍ଡର ୫୦୦ ଟଙ୍କାରେ ଯୋଗାଇ ଦିଆଯିବ ।

କେବଳ ସେତିକି ନୁହେଁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି, ଖାଲି ପଡିଥିବା ସରକାରୀ ପଦରେ ୨ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିବ । ବାର୍ଦ୍ଧକ୍ୟ ଭତ୍ତା ୬ ହଜାର ଟଙ୍କାକୁ ବୃଦ୍ଧି କରାଯିବା ସହ ପୁରୁଣା ପେନସନ ଯୋଜନା ଲାଗୁ କରାଯିବ । ଯଦି ହରିଆଣାରେ ୨୦୨୪ ରେ କଂଗ୍ରେସ ସରକାର ଗଠନ କରେ ତେବେ ପ୍ରତି ଗରିବ ପରିବାରକୁ ମାଗଣାରେ ୯୦୦ ବର୍ଗଫୁଟର ଫ୍ଲାଟ୍ ବଣ୍ଟନ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’