Masthead

ସଂସଦ ଭବନ ଉଦଘାଟନକୁ ନେଇ ବିବାଦ କରିବା ଠିକ ନୁହେଁ: ରାଜେନ୍ଦ୍ର ଢୋଲକିଆ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ନୂଆ ସଂସଦ ଭବନ ଉଦଘାଟନକୁ ନେଇ ବିବାଦ କରିବା ଠିକ ନୁହେଁ । ମୁଖ୍ୟମନ୍ତ୍ରୀ ବିବାଦକୁ ନ ଯାଇ ଭଲ କାମରେ କେନ୍ଦ୍ର କୁ ସମର୍ଥନ କରି ଆସିଛନ୍ତି ବୋଳି ପ୍ରତିକ୍ରିୟା ରଖିଛନ୍ତି ଯୋଜନା ଓ ସଂଯୋଗ ମନ୍ତ୍ରୀ ରାଜେନ୍ଦ୍ର ଡୋଲକିଆ । ସେ କହିଛନ୍ତି ଉଦଘାଟନ କିଏ କରିବ ସେ ପ୍ରସଙ୍ଗ ଅଲଗା କଥା । କିନ୍ତୁ ଏହାକୁ ନେଇ ରାଜନୀତି କରିବା ଅନୁଚିତ । ନୂଆ ସଂସଦ ଭବନ ଗୋଟେ ଭଲ କାର୍ଯ୍ୟକ୍ରମ ହୋଇଛି ।

ତେଣୁ ମୁଖ୍ୟମନ୍ତ୍ରୀ ସମର୍ଥନ ଦେବା ପାଇଁ ଘୋଷଣା କରିଛନ୍ତି । ଆମର ସମସ୍ତ ସାଂସଦ ଯାଇ କାର୍ୟ୍ୟକ୍ରମରେ ଭାଗ ନେବେ । ଅନ୍ୟ ବିରୋଧୀମାନେ ବି ଏହାକୁ ନେଇ ପୁଣି ଥରେ ବିଚାର କରିବାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ ସବୁବେଳେ ବିକାଶ ଉପରେ ବିଶ୍ୱାସ କରନ୍ତି । ଅନ୍ୟ ଦଳ ମାନେ ଆରୋପ ପ୍ରତ୍ୟାରୋପ ରାଜନୀତି କରନ୍ତି । ଆମେ ସବୁବେଳେ କେନ୍ଦ୍ରକୁ ପ୍ରସଙ୍ଗ ଭିତିକ ସମର୍ଥନ ଦେଇଛୁ । ବିଜେଡି କେବେ ବି ବିଜେପି ସହ ନାହିଁ । କଂଗ୍ରେସ ଯେଉଁ ଅଭିଯୋଗ ଆଣୁଛି ତାହା ମିଥ୍ୟା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି