ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡି ବିଧାୟକଙ୍କ ବିଜେପି ସହ ସଫୃକ୍ତିକୁ ନେଇ ବିଜେପି ସଭାପତିଙ୍କ ମନ୍ତବ୍ୟ ପରେ କଟୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । କହିଛନ୍ତି ସେ ଦୁଇ ଥର ଯେଉଁ ସଭାପତି ହେଲେ ତାଙ୍କର ମୁଣ୍ଡ କ୍ରାକ ହୋଇଯାଇଛି । ନବୀନଙ୍କୁ ଛାଡି ଏମାନେ କାହିଁକି ତାଙ୍କ ପାଖକୁ ଯିବେ । ନବୀନବାବୁ ଠିକ କରିଛନ୍ତି ।
ଗୋଟେ କ୍ୟାଣ୍ଡେଡକୁ ଦଶ କୋଟି ଦେବ । ଇଏ କଣ ଦେବେ, ନବୀନ ପଟ୍ଟନାୟକ ଯେଉଁ କାମ କରିଛନ୍ତି ତା ଆଗରେ ବିଜେପି କଣ, ତା ଆଗରେ ବେଷ୍ଟ ହେଉଛି କଂଗ୍ରେସ । ୧୪୦ ବର୍ଷର ଦଳ । ନବୀନ ପଟ୍ଟନାୟକଙ୍କୁ କେହି ଗୋଟେ ଛାଡି ଯିବେନି । କେବଳ ସମୟକୁ ଅପେକ୍ଷା କର । ହେଲେ କଂଗ୍ରେସରୁ କେହି କୁଆଡେ ଯିବେନି ।