Masthead

ମେଡାଲକୁ ୧୫ ଟଙ୍କା କହୁଥିବା ଲୋକ ଏବେ ଆମ ଚାକିରି ପଛରେ ପଡିଛନ୍ତି: ସାକ୍ଷୀ ମଲିକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମ ମେଡାଲକୁ ୧୫ ଟଙ୍କା କହୁଥିବା ଲୋକ ଏବେ ଆମ ଚାକିରି ପଛରେ ପଡିଛନ୍ତି । ଜୀବନ ଆଗରେ ଚାକିରି କିଛି ନୁହେଁ । ଯଦି ଚାକିରି ନ୍ୟାୟର ରାସ୍ତାରେ ଆସିବ ତାହେଲେ ଚାକିରି ଛାଡିବାକୁ ୧୦ ସେକେଣ୍ଡ ଲାଗିବନି । ଏଭଳି କହିଛନ୍ତି ରେସଲର ସାକ୍ଷୀ ମଲିକ । ଜନ୍ତରମନ୍ତରରୁ ବହିଷ୍କୃତ ହେବା ପରେ କୁସ୍ତିଯୋଦ୍ଧାମାନେ ଆନେ୍ଦାଳନରୁ ଓହରି ଯାଇଥିବା ଏବଂ ନିଜ ନିଜ କାମକୁ ଫେରିଥିବା କୁହାଯାଉଛି । କିନ୍ତୁ ଏହାକୁ ପ୍ରତ୍ୟାଖାନ କରିଛନ୍ତି ରେସଲର ସାକ୍ସି ମଲିକ । ସେ ଏହି ଖବରକୁ ମିଥ୍ୟା ବୋଲି କହିଛନ୍ତି । ସାକ୍ସି କହିଛନ୍ତି ମୁଁ ରେଳବାଇରେ ମୋ କର୍ତ୍ତବ୍ୟ ପାଳନ କରୁଛି । କିନ୍ତୁ ଆମ ଭିତରୁ କେହି ବି ଆନେ୍ଦାଳନରୁ ଓହରି ନାହାନ୍ତି । ନ୍ୟାୟ ନମିଳିବା ଯାଏଁ ଆନେ୍ଦାଳନ ଜାରି ରହିବ ବୋଲି କହିଛନ୍ତି ରେସଲର ସାକ୍ସି ମଲିକ । ସାକ୍ସି ଟ୍ୱିଟ କରି ଏହି ଖବରକୁ ଗୁଜବ ବୋଲି କହିଛନ୍ତି ।

ସୂଚନା ଅନୁସାରେ ଉତ୍ତର ରେଳ ମୁଖ୍ୟାଳୟର ରେକର୍ଡରୁ ରିଓ ଅଲିମ୍ପିକର ବ୍ରୋଞ୍ଜ ବିଜେତା ସାକ୍ସି ମଲିକ ମେ ୩୧ରେ ବରୋଦା ହାଉସ କାର୍ଯ୍ୟାଳୟରେ ନିଜ କାମକୁ ଫେରିଛନ୍ତି । ରେସଲର ବଜରଙ୍ଗ ପୁନିଆ ମଧ୍ୟ ଏହି ଖବର ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି ଆମେ ଆନେ୍ଦାଳନରୁ ପଛଘୁଂଚା ଦେଇନାହୁଁ । ଆମକୁ କ୍ଷତି ପହଂଚାଇବା ପାଇଁ ଏଭଳି ଖବର ପ୍ରଚାର କରାଯାଉଛି । ଆମେ ଶାନ୍ତିପୂର୍ଣ୍ଣ ଭାବରେ ଆନେ୍ଦାଳନ କରୁଛୁ । ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ସାକ୍ସି କହିଛନ୍ତି କୌଣସି ସମାଧାନ ହୋଇପାରିନାହିଁ । ଅଭିଯୁକ୍ତକୁ ଗିରଫ ନକରିବା ପର୍ଯ୍ୟନ୍ତ ଆମର ଆନେ୍ଦାଳନ ଜାରି ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ