Masthead

ସ୍ୱଚ୍ଛ ଭାରତ ଅଭିଯାନକୁ ଫୁ

କୃଷ୍ଣପ୍ରସାଦ (ବଡ଼ ଖବର ବ୍ୟୁରୋ):  ସ୍ୱଚ୍ଛତା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଚିନ୍ତା ଅନେକ । ପ୍ରଣୟନ ହେଉଛି କେତେ କ’ଣ ଯୋଜନା । ହେଲେ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନା କୃଷ୍ଣପ୍ରସାଦ ବ୍ଲକରେ ଫେଲ ମାରିଛି । ଖୋଦ୍ ବ୍ଲକ କାର୍ଯ୍ୟାଳୟ ପରିସରରକୁ ଉଦାହରଣ ଭାବେ ନିଆଯାଇପାରେ ।

ଲୋକମାନଙ୍କ କାମରେ ଆସୁନି ବ୍ଲକ ଶୌଚାଳୟ । ସେଥିପାଇଁ ସାଧାରଣ ଲୋକଟି ବ୍ଲକ କାର୍ଯ୍ୟାଳୟକୁ ଆସିଲେ ଶୌଚ ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଲକ୍ଷାଧିକ ଟଙ୍କାରେ ନିର୍ମିତ ଏହି ଶୌଚାଳୟ କୌଣସି ଦିନ ଲୋକଙ୍କ କାମରେ ଆସୁନାହିଁ । ବିଡିଓଙ୍କ କାର୍ଯ୍ୟାଳୟଠାରୁ ଶହେ ମିଟର ଦୂରରେ ଥିବା ଏହି ଶୌଚାଳୟକୁ କିପରି ଦୃଷ୍ଟି ପଡିନାହିଁ ଚର୍ଚ୍ଚାର ବିଷୟ ହେଉଛି । ସ୍ୱଚ୍ଛ ଭାରତ ଅଭିଯାନ ବ୍ଲକର ବିଭିନ୍ନ ପଞ୍ଚାୟତରେ କିପରି କାର୍ଯ୍ୟକାରୀ ହେଉଥିବ ସହଜେ ଅନୁମେୟ । ଏ ସମ୍ପର୍କରେ ବାରମ୍ବାର ବିଡିଓଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସୁଫଳ ମିଳୁନି । ସେପଟେ ବ୍ଲକ ପରିସର ଘାସ ଓ ଲଟାବୁଦାରେ ଭରି ରହିଛି । ବ୍ଲକକୁ ସ୍ୱଚ୍ଛତା ପାଇଁ ଆସୁଥିବା ଅର୍ଥକୁ ସ୍ୱଚ୍ଛତା ଦିଗରେ କାର୍ଯ୍ୟ କରିବା ପାଇଁ ବୁଦ୍ଧୀଜୀବୀ ମହଲରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ