Masthead

ଟାଇଟାନିକର ଅବଶେଷ ଦେଖିବାକୁ ଯାଇ ହେଲା ମୃତ୍ୟୁ, ଆଟଲାଂଟିକ ମହାସାଗରରୁ ମିଳିଲା ୫ ମୃତଦେହ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇଛି ଯେ ୧୯୧୨ ମସିହାରେ ବୁଡ଼ିଥିଲା ବିରାଟକାୟ ଜାହାଜ ଟାଇଟନିକ୍ । ଏହାର କାରଣ ଖୋଜିବା ପାଇଁ ଏବେ ବି ଚାଲିଛି ଚେଷ୍ଟା । ଯାହା ରହସ୍ୟ ହୋଇ ରହିଯାଇଛି । ଯିଏ ବି ସମୁଦ୍ର ଭିତରକୁ ଯାଉଛନ୍ତି, ସେମାନେ ତ ଦେଖୁଛନ୍ତି ଯେ ଜାହାଜର ଧ୍ୱଂସାବଶେଷ । ହେଲେ ତାଠାରୁ ଅଧିକ କିଛି ତଥ୍ୟ ମିଳିପାରୁନାହିଁ । ହେଲେ ଏହାରି ଭିତରେ ସାମ୍ନାକୁ ଆସିଛି ରୋଚକ ତଥ୍ୟ । ଯାହା ଆପଣଙ୍କଙ୍କୁ ଚକିତ ତ କରିବ ହେଲେ ଆଚମ୍ଭିତ ମଧ୍ୟ କରିଦେବ । ଆଟଲାଂଟିକ ମହାସାଗରରେ ନିଖୋଜ ପ୍ରକାଣ୍ଡ ବୁଡ଼ା ଜାହାଜ ଟାଇଟନିକର ଧ୍ୱଂସାବଶେଷ ତଥ୍ୟ ସାମ୍ନାକୁ ଆସିଛି । ଟାଇଟନିକର ଧ୍ୱଂସାବଶେଷ ତଥ୍ୟ ତ ମିଳିଛି ହେଲେ ଏହି ଜାହାଜକୁ ଦେଖିବା ପାଇଁ ଯାଇଥିବା ସମସ୍ତ ୫ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏନେଇ ସ୍ପଷ୍ଟ କରିଛି ଆମେରିକା କୋଷ୍ଟଗାର୍ଡ ।

ଗୋଟିଏ ରିମୋର୍ଟ- କଂଟ୍ରୋଲ ଯାନ ପାଣି ଭିତରେ ଠାବ କରାଯାଇଛି । ଏହି ବୁଡ଼ାଯାହଜାର ଭଂଗ୍ନାଶ ପରୀକ୍ଷା କରିବା ପରେ ଆମେରିକା ତଟରକ୍ଷୀ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛି । କୁହାଯାଇଛି ଯେ ‘ଓସେନ୍ ଗେଟ୍ ଏକ୍ସପିଡିସନ୍’ ଦ୍ୱାରା ପରିଚାଳିତ ବୁଡାଜାହାଜ ଟାଇଟନିକ ଆଟଲାଂଟିକ୍ ମହାସାଗର ଭିତରେ ସଂକୁଚିତ ହୋଇ ନଷ୍ଟ ହୋଇଯାଇଛି । ଆଉ ପ୍ରାୟ ୧୬ଶହ ଫୁଟ ତଳେ ଟାଇଟନର ଭଗ୍ନାବଶେଷ ପଡ଼ି ରହିଥିବା କହିଛନ୍ତି ରିଅର ଆଡମିରାଲ ଜନ ମଗେର । ବିରାଟକାୟ ଜାହାଜ ଟାଇଟନିକ କାହିଁକି ବୁଡିଲା ଏହାର କାରଣ ଖୋଜିବା, ତଥ୍ୟ ଜାଣିବା, ସ୍ଥିତି ପରିଖିବା ପାଇଁ ଯାଇଥିଲେ ୫ ଯାତ୍ରୀ ।

ଆଉ ଯେଉଁ ରିମୋର୍ଟ କଂଟ୍ରୋଲ ବୁଡାଯାହଜରେ ଯାଇଥିଲେ । କୌଣସି କାରଣ ବସତଃ ତାହା ଦୁର୍ଘଟଣା ଘଟିଥିବାରୁ ଏଥିରେ ଥିବା ୫ ଯାତ୍ରୀଙ୍କ ଜୀବନ ଚାଲିଯାଇଛି । ସେମାନଙ୍କ ନାଁ ହେଉଛି ଇଂଲଣ୍ଡର ୫୮ ବର୍ଷିୟ ହାମିସ୍ ହାର୍ଡିଙ୍ଗ, ଫାନ୍ସର ୭୭ ବଷିୟ ପଲ-ହେନରି ନାର୍ଜିଓଲେଟ, ୱାସିଂଟନ ସ୍ଥିତ ‘ଓସେନଗେଟ’ ମାଲିକାନାରେ ଥିବା ‘ଇଭରେଟ’ର ମୁଖ୍ୟ ଏକଜିକୁ୍ୟଟିଭ୍ ଅଫିସର ୬୧ ବର୍ଷିୟ ଷ୍ଟକଟନ୍ ରସ ଓ ପାକିସ୍ତାନର ୪୮ ବର୍ଷିୟ ଶାହଜାଦ ଦାଉଦ ଓ ତାଙ୍କର ୧୯ ବର୍ଷିୟ ପୁଅ ସୁଲେମାନ ଦାଉଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ