Masthead

ଛେରାପହଁରା କଲେନାହିଁ ଜିଲ୍ଲାପାଳ,ଏସ୍ପି

ଅନୁଗୁଳ(ବଡ଼ଖବର ବ୍ୟୁରୋ):ଅନୁଗୁଳ ଜିଲ୍ଲାରେ ମହାପ୍ରଭୁ ଜଜନ୍ନାଥଙ୍କର ବାହୁଡା ଯାତ୍ରା ଦିନ ଏକ ବଡ ଧରଣର ଅଘଟଣ ଘଟିଛି । ଅନୁଗୁଳରେ ରଥଯାତ୍ରା ଆରମ୍ଭ ହେବାଠାରୁ ନୀତି ଅନୁଯାୟୀ ଜିଲ୍ଲାପାଳ ଛେରାପହଁରା କରିଥାଆନ୍ତି । କିନ୍ତୁ କୌଣସି କାରଣରୁ ଜିଲ୍ଲାପାଳ ଅନୁପସ୍ଥିତ ଥିଲେ ଏସ୍ପି ଏହି କାର୍ଯ୍ୟ ସମ୍ପାଦନା କରନ୍ତି । କିନ୍ତୁ ବୁଧବାର ଦିନ ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ଛେରାପହଁରା କରିବାକୁ ନା ଆସିଲେ ଜିଲ୍ଲାପାଳ ନା ଆସିଲେ ଏସ୍ପି । ଏହାକୁ ନେଇ ସମଗ୍ର ଅନୁଗୁଳ ଜିଲ୍ଲାବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ବାହୁଡାଯାତ୍ରା ଦିନ ଅନୁଗୁଳ ଜିଲ୍ଲାକୁ ଦିନ ୫ଟି ସଚିବ ଭିକେ ପାଣ୍ଡିଆନ ଆସିଥିବାରୁ ଜିଲ୍ଲାପାଳ ଓ ଏସ୍ପି ତାଙ୍କ ସେବାରେ ବ୍ୟସ୍ତ ଥିଲେ । ଏଭଳି କାର୍ଯ୍ୟକୁ ଦୃଢ ନିନ୍ଦା କରିଛନ୍ତି ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନ । ୫ଟି ସଚିବ କ’ଣ ମହାପ୍ରଭୁଙ୍କ ଉପରେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ