Masthead

ବଢୁଛି ପନିପରିବାରଦର, ଦେଖାଯାଉଛି ଶୀତଳଭଣ୍ଡାରର ଅଭାବ

ବରଗଡ(ବଡ଼ଖବରବ୍ୟୁରୋ):ବରଗଡ଼ ଜିଲ୍ଲାରେ ବି ପନିପରିବା ବଜାରରେ ନିଆଁ । ଗାଁ ଠୁ ନେଇ ସହର,ସବୁଠି ପରିବା ଦରକୁ ନେଇ ହା ହା କାର । ୮୦ ତଳକୁ ବଜାରରେ ପନିପରିବା ନାହିଁ । ଲଗାତାର ଭାବେ ବଢିଚାଲିଛି ପରିବା ଦର । ଗତକାଲି ଯାହା ୬୦ ଥିଲା ଆଜି ୮୦ ପାର୍ । ବଜାରରୁ ଘର, ଘରଠୁ ହୋଟେଲ ସବୁଠି ପରିବା ଚର୍ଚ୍ଚା । ବର୍ଦ୍ଧିତ ଦରରେ କେବେ ଲାଗିବ ରୋକ୍  ସେନେଇ ଚିନ୍ତାରେ ଖାଉଟି । ଏପଟେ ଆମଦାନୀ ସ୍ୱାଭାବିକ  ହୋଇପାରିଲେ ଦରଦାମରେ ପରିବର୍ତ୍ତନ ଆସିବା ନେଇ ଆଶାବାଦୀ ବ୍ୟବସାୟୀ । ଗୋଟେପଟେ ରାଜ୍ୟରେ ପନିପରିବାଦର ଆକାଶ ଛୁଆଁ ହୋଇଥିବାବେଳେ ଅନ୍ୟପଟେ ଆମ ରାଜ୍ୟର ବରଗଡ ଜିଲ୍ଲାରେ ଅମଳ ପରିବାକୁ ସଂରକ୍ଷିତ କରି ରଖିବା ଲାଗି ସଙ୍କଟ ଦେଖାଦେଇଛି । ଆମ ରାଜ୍ୟର ବରଗଡ ଜିଲ୍ଲା ଏକ ଚାଷୀ ବହୁଳ ଜିଲ୍ଲା ହୋଇଥିବାବେଳେ ଏଠାରେ ଶୀତଳ ଭଣ୍ଡାରର ଅଭାବ ଦେଖାଯାଇଛି । ଯାଦ୍ୱାରା ଅମଳ ପରିବାକୁ ସୁରକ୍ଷିତ ରଖିବା ଚାଷୀଙ୍କ ପାଇଁ କଷ୍ଟସାଧ୍ୟ ହୋଇଛି । ସଂରକ୍ଷଣ ବ୍ୟବସ୍ଥା ନଥିବା ଯୋଗୁଁ ଚାଷୀମାନେ ଅମଳ ପରିବାକୁ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହୋଇଥାନ୍ତି। ଏପରିକି ବିଭିନ୍ନ ସମୟରେ ପରିବା ଦର ଏତେ ତଳକୁ ଖସିଯାଇଥାଏ ଯେ, ଚାଷୀ କେତେବେଳେ ପରିବାର କିଆରୀରେ ଟ୍ରାକ୍ଟର ମଡ଼ାଇ ଦିଏ ତ ଆଉ କେତେବେଳେ ଅମଳ ପରିବାକୁ ବଜାରରେ ଢ଼ାଳି ଦେଇ ଘରକୁ ଫେରିଥାଏ। କିନ୍ତୁ ଏଭଳି ଦିନ ଆସିଥାଏ, ଚାଷୀ ଯେଉଁ ପରିବାକୁ ଶସ୍ତାରେ ବିକି ଦେଇଥାନ୍ତି, କିଛିଦିନ ପରେ ସେହି ପରିବା ଦର ଆକାଶ ଛୁଆଁ ହୋଇପଡ଼େ ଏବଂ ଚାଷୀଙ୍କ ଲାଭ ସମ୍ପୃକ୍ତ ବ୍ୟବସାୟୀଙ୍କ ହାତକୁ ଚାଲି ଯାଇଥାଏ। ବରଗଡ଼ ଜିଲାରେ ବର୍ତ୍ତମାନ ଏଭଳି ସ୍ଥିତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ