Masthead

୯ବର୍ଷର ଶିଶୁ କନ୍ୟାକୁ ଗଣଦୁର୍ଷ୍କମ

କର୍ଣ୍ଣାଟକ(ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକର କଲବୁର୍ଗୀ ଜିଲ୍ଲାରେ ଚକୋଲେଟ ଦେବା ବାହାନାରେ ଡାକିନେଇ ୯ବର୍ଷର ଶିଶୁ କନ୍ୟାକୁ ଗଣଦୁର୍ଷ୍କମ । ଏହି ଘଟଣାରେ ଜଡିତ ୪ ଅପରାଧୀଙ୍କୁ ଗିରଫ ଏବଂ ଅନ୍ୟଜଣଙ୍କୁ ପୋଲିସ ଖୋଜୁଛି । ଆଶ୍ଚର୍ଯ୍ୟ ଏହାକି ଯେ ଘଟଣାରେ ଜଡିତ ୫ଟି ଅପରାଧୀ ନାବାଳକ । ପୀଡିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଘଟଣାଟି କଲବୁର୍ଗୀ ମହିଳା ଥାନାର ସୀମାରେ ବୁଧୁବାର ଅପରାହ୍ନରେ ଘଟିଛି ବୋଲି କୁହାଯାଉଛି । ପୋଲିସଙ୍କ ଅନୁସାରେ, ସେହି ପାଞ୍ଚଜଣ ଅପରାଧୀ ଘର ବାହାରେ ବସିଥିବା ପୀଡିତାଙ୍କୁ ଚକୋଲେଟ ଦେବା ବାହାନାରେ ଶୁନଶାନ ଜାଗାକୁ ଡାକିନେଇଥିଲେ । ପୀଡିତାଙ୍କ ମାଁଙ୍କ କହିବାନୁସାରେ ଅପରାଧୀମାନେ ପୀଡିତାଙ୍କୁ ପାଖରେ ଥିବା ଘରକୁ ଡାକିନେଇ ତାଙ୍କୁ ଦୁର୍ଷ୍କମ କରିଥିଲେ । ପରେ ଅପରାଧୀମାନେ ପୀଡିତାଙ୍କୁ କାହାକୁ କିଛି ନ କହିବାକୁ କହିଥିଲେ ନହେଲେ ସେମାନେ ତାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ । କିନ୍ତୁ କିଛି ସମୟ ପରେ ପୀଡିତା ଜଣକ ଘରେ ପହଞ୍ଚି ତାଙ୍କ ମାଁ ଙ୍କୁ ଏ ବିଷୟରେ କହିଥିଲେ ।

ପୀଡିତାଙ୍କ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେବା ପରେ ଥାନାରେ ଏତଲା ଦେଇଥିଲେ । ପରେ ପୋଲିସ ୪ ନାବାଳକଙ୍କୁ ପଚରା-ଉଚରା ପାଇଁ ନେଇଥିବା ବେଳେ ଆଇପିସି ର ଧାରା ୩୬୬ଏ, ୩୭୬(ଜି),୫୦୬ ଏବଂ ପୋକ୍ସୋ ଆକ୍ଟ ଅନୁସାରେ ମାମଲା ଦାୟର କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ