Masthead

ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ଜନଶୁଣାଣି

ନବରଙ୍ଗପୁର(ବଡ଼ ଖବର ବ୍ୟୁରୋ): ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧି ସଂଗଠନ ପକ୍ଷରୁ ଜନଶୁଣାଣି । ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ନବରଙ୍ଗପୁର ପ୍ରେସ କ୍ଲବ ଠାରେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। କିଛି ଦିନ ପୂର୍ବେ ନବରଙ୍ଗପୁର ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ ଭ୍ରଷ୍ଟାଚାରରେ ଲିପ୍ତ ଥିବାବେଳେ ତାଙ୍କ ନଅଟି ଘରୁ ପ୍ରାୟ ଛଅ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଜବତ ହୋଇଥିଲା। ପ୍ରଶାନ୍ତ ରାଉତ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତମାଳା, ବାଲି ପଥର, କୁଆଁରୀ ତଥା ବିଭିନ୍ନ ଜମି ସଂକ୍ରାନ୍ତୀୟ କିସମ ବଦଳାଇବା ଓ ଏସସି ଜମି ବିକ୍ରି ଅନୁମତି ପ୍ରଦାନ କରିବା ଆଳରେ କୋଟି କୋଟି ଟଙ୍କା ଆୟ କରିଥିବା ଅଭିଯୋଗ ହୋଇଛି।

ଏ ଘଟଣାର ପୁଙ୍ଖାନୁପୁଙ୍ଖ ସତ୍ୟ ସାମ୍ନାକୁ ଆଣିବା ସହିତ ଦୋଷୀ ଓ ତାଙ୍କର ସହଯୋଗୀଙ୍କୁ ଦଣ୍ଡ ପ୍ରଦାନ ଓ ଦୁର୍ନୀତିର ମୁଲାତ୍ପାଟନ କରିବା ଲକ୍ଷ ନେଇ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ରାଜ୍ୟ ଶାଖା ସଙ୍ଘର ସଭାପତି ସୁବ୍ରତ ନନ୍ଦଙ୍କ ନେତୃତ୍ୱରେ ଏକ ଫେକ୍ଟ ଫାଇଣ୍ଡିଂ କମିଟି ଦ୍ୱାରା ଜନଶୁଣାଣି ଆୟୋଜନ କରାଯାଇଥିଲା। ଜିଲ୍ଲାରେ ବାଲି, ପଥର କୁଆଁରୀ, ସ୍ୱାସ୍ଥ୍ୟ ବିଭାଗର ଦୁର୍ନୀତି, ତହସିଲ ଆରଆଇମାନଙ୍କ ଅହେତୁକ ଦୁର୍ନୀତି, ଭ୍ରଷ୍ଟାଚାର ତଥ୍ୟ ମିଳିବା ପରେ ଏସବୁ ଉଚ୍ଚ ସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଅଖିଳ ଭାରତ ଦୁର୍ନୀତି ବିରୋଧୀ ସଂଗଠନ ପକ୍ଷରୁ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଜନଜାତି ସୁରକ୍ଷା ମଞ୍ଚର ଅର୍ଜୁନ ଭତ୍ରା ସମସ୍ତ ଗଣମାଧ୍ୟମର ସାମ୍ୱାଦିକ ସାଧାରଣ ଜନତା ସମେତ ସାଧାରଣ ସମ୍ପାଦକ ଶ୍ୟାମ ସୁନ୍ଦର ପଣ୍ଡା, ଅବିଭକ୍ତ କୋରାପୁଟ ଜିଲ୍ଲାର ଆବାହକ ଅଶୋକ ମିଶ୍ର, ସିଏଚ ଈଶ୍ୱର ରାଓ ପ୍ରମୁଖ ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା