Masthead

ଗରିବୀର ହତ୍ୟା ନୁହେଁ ଗରିବର ହତ୍ୟା ହେଉଛି: ସିଭି ଆନନ୍ଦ

କୋଲକାତା (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗରେ ଶନିବାର ପଞ୍ଚାୟତ ନିର୍ବାଚନରେ ଘଟିଛି ବ୍ୟାପକ ହିଂସା । ହିଂସାକୁ ଦେଖି ରାଜ୍ୟପାଳ ସିଭି ଆନନ୍ଦ ବୋଷ କହିଛନ୍ତି , ବାସ୍ତବିକ ଏହା ବହୁତ ଚିନ୍ତାଜନକ । ଘଟଣାସ୍ଥଳର ଚିତ୍ର ଦେଖିବା ପରେ ମୁଁ ବହୁତ ମର୍ମାହତ । ନିର୍ବାଚନରେ ବ୍ୟାପକ ହିଂସା, ହତ୍ୟା ଆଦି ଘଟଣା ମୋତେ ବିବ୍ରତ କରି ଦେଇଛି । ସେ କହିଛନ୍ତି ଯେଉଁଠି ଗରିବୀର ହତ୍ୟା ହେବା କଥା ସେଠି ଗରିବଙ୍କୁ ହତ୍ୟା କରାଯାଉଛି । ପଶ୍ଚିମବଙ୍ଗ ଯାହା ଚାହୁଁଛି ତାହାର ବିପରୀତ ହେଉଛି ।

ସମାଜରେ ଶାନ୍ତିର ଅଭାବ ଆଗାମୀ ପିଢିକୁ ପ୍ରଭାବିତ କରିବ । ସେ ଆହୁରି ମଧ୍ୟ କହିଛନ୍ତି ରାଜନୀତି ହେଉ କିନ୍ତୁ ଏଥିରେ ହିଂସାର ସୂତ୍ରପାତ ନ ହେଉ । ମୋ ହିଂସା ଓ ଆପଣଙ୍କ ହିଂସା ଏଭଳି କୌଣସି ଜିନିଷ ନାହିଁ । ହିଂସା ତ ହିଂସା ହିଂସାକାରୀ ହତ୍ୟା ଚାହୁଁଛନ୍ତି, ସେମାନେ ରାଜ୍ୟରେ ଖାଦ୍ୟାଭାବ ଘଟୁ ବୋଲି ଚାହୁଁଛନ୍ତି, ଗୁଳି ଗୋଳା ବାରୁଦ ଲାଗି ସେମାନେ ଭୋକିଲା ଅଛନ୍ତି । ଏପରି ସ୍ଥିତି ରାଜ୍ୟବାସୀଙ୍କ ଲାଗି ଆଦୌ ଶୁଭଙ୍କର ନୁହେଁ ।

ଆମେ ଯୁଦ୍ଧ ପରିବର୍ତ୍ତେ ଶାନ୍ତିରେ କାମ କରିବା ଉଚିତ । ନିର୍ବାଚନ ହିଂସାରେ ଆହତ ହୋଇ ଉତ୍ତର ପ୍ରଗଣା ଜିଲ୍ଲାର ହସ୍ପିଟାଲରେ ଭର୍ତ୍ତି ହୋଇଥିବା କିଛି ଆହତଙ୍କୁ ଭେଟିବା ପରେ ରାଜ୍ୟପାଳ ରାଜ୍ୟ ନିର୍ବାଚନ ଆୟୁକ୍ତ ରାଜୀବ ସିହ୍ନାଙ୍କୁ ନିଜର ସାମ୍ବିଧାନିକ କର୍ତ୍ତବ୍ୟ ନିର୍ବାହ କରିବାକୁ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ