Masthead

ଆସୁଛି କାଳବୈଶାଖୀ, କମିବ ତାତି

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ଗୁରୁବାର ରାଜ୍ୟ ଅତ୍ୟଧିକ ଉତ୍ତପ୍ତ ଖଣ୍ଡରେ ପରିଣତ ହୋଇଥିବା ବେଳେ ଗୁରୁବାର ତାତିରୁ ଟିକେ ଆଶ୍ବସ୍ତି ମିଳିଛି। ଉପକୂଳ ଓଡ଼ିଶାର ତାପମାତ୍ରା ଅପେକ୍ଷାକୃତ କମିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ସେମିତି ତାତି ଜାରି ରହିଛି। ରାଜ୍ୟର ୧୫ ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୪୧ ଡିଗ୍ରୀ ଉପରକୁ ଏଥିମଧ୍ୟରୁ ୧୧ଟି ସହରର ପାରଦ ଡେଇଁଛି। ଶୁକ୍ରବାର ଠାରୁ ରାଜ୍ୟର ତାପମାତ୍ରାରେ ହ୍ରାସ ଘଟିବ। ବାୟୁର ଦିଗ ପରିବର୍ତ୍ତନ ଯୋଗୁ ରାଜ୍ୟର ପାରଦ ନିମ୍ନଗାମୀ ହେବ। ୨ରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟ‌ର ତାପମାତ୍ରାରେ ହ୍ରାସ ଘଟିବ।

ଏଥିସହ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା ଯୋଗୁ ତାପମାତ୍ରା ନିୟନ୍ତ୍ରଣରେ ରହିବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ଶୁକ୍ରବାର ଠାରୁ ତାତି କମିପାରେ। ଡ. ମହାପାତ୍ରଙ୍କ କହିବା ଅନୁସାରେ ଶୁକ୍ରବାର ଠାରୁ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବାର ଅନୁମାନ କରାଯାଉଛି ।

ଯାହାଦ୍ବାରା ତାପମାତ୍ରା ହ୍ରାସ ପାଇବ। ସମୁଦ୍ରରୁ ଯଥେଷ୍ଟ ପରିମାଣର ବାୟୁ ଆସୁନଥିବାରୁ ତାତି ବଢ଼ୁଥିଲା। ପ୍ରତିବର୍ଷ ହିଟ୍‌ ୱେଭ୍‌ ଯେତିକି ପରିମାଣରେ ଏପ୍ରିଲ ଓ ଜୁନ୍‌ ମଧ୍ୟରେ ହୁଏ ତାହାଠାରୁ ଅଧିକ ଚଳିତ ବର୍ଷ ହୋଇପାରେ। ସାଧାରଣତଃ ୫ରୁ ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରତିବର୍ଷ ହିଟ୍‌ ୱେଭ୍‌ ପରିଲକ୍ଷିତ ହୋଇଥାଏ। ଯେହେତୁ ଏଥର ହାରାହାରି ତାପମାତ୍ରା ପୂର୍ବାପେକ୍ଷା ଅଧିକ ରହିବ, ତେଣୁ ସାବଧାନତା ସହ ସର୍ତକ ମୂଳକ ପଦକ୍ଷେପ ନେବାର ଆବଶ୍ୟକତା ରହିଥିବାର ସେ କହିଛନ୍ତି। ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ପୂର୍ବ ଆକଳନ ଅନୁଯାୟୀ ମାର୍ଚ୍ଚ ୩୦ରୁ ଏପ୍ରିଲ ପହିଲା ଯାଏଁ ରା‌ଜ୍ୟର ପାରଦ ଅଧିକ ହୋଇଥିଲା। ଭୁବନେଶ୍ବର ସବୁଠୁ ଅଧିକ ଉତ୍ତପ୍ତ ସହର ଭା‌ବେ ରେକର୍ଡ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ