Masthead

‘ଏଭଳି ନିମ୍ନସ୍ତରର ବ୍ୟକ୍ତିଗତ ମତ ରାଜନୈତିକ ସଂସ୍କୃତିକୁ ଶୋଭା ପାଉ ନାହିଁ’

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ବନ୍ଦ ହେବାର ନାମ ନେଉନାହିଁ। ଏନସିପିର ବିଦ୍ରୋହ ପରେ ମହାରାଷ୍ଟ୍ରର ମିଳିତ ସରକାରର ନେତା ଏବଂ ବିରୋଧୀ ଦଳ ମଧ୍ୟରେ ଆରମ୍ଭ ହୋଇଛି ବାକ ଯୁଦ୍ଧ । ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ସମ୍ପର୍କରେ ପୂର୍ବତନ ରାଜ୍ୟ ସିଏମ ଏବଂ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ମନ୍ତବ୍ୟକୁ ନେଇ ଏବେ ଉତ୍ତେଜନା ଦେଖାଦେଇଛି।ଉଦ୍ଧବ ଠାକରେ ନିକଟରେ ନାଗପୁରରେ କର୍ମୀଙ୍କୁ ସମ୍ବୋଧିତ କରି କହିଥିଲେ ବିଜେପି ନେତା ନାଗପୁର ପାଇଁ ‘କଳଙ୍କ’ ।

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ କରାଯାଇଥିବା ଏହି ଟିପ୍ପଣୀକୁ ନେଇ ରାଗିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ। ସୋମବାର ଉଦ୍ଦବ ଠାକରେ ଫଡନଭିସଙ୍କ ଉଦ୍ଦେଶ୍ୟରେ ଯେଉଁ ‘କଳଙ୍କ’ ଶବ୍ଦ ବ୍ୟବହାର କରିଥିଲେ ତାକୁ ନେଇ ଗଡକରୀ ଉଦ୍ଧବଙ୍କୁ ସମାଲୋଚନା କରଛନ୍ତି। ସେ କହିଛନ୍ତି ଯେ ଏଭଳି ନିମ୍ନ ସ୍ତରର ବ୍ୟକ୍ତିଗତ ମତ ମହାରାଷ୍ଟ୍ରର ରାଜନୈତିକ ସଂସ୍କୃତିକୁ ନେଇ ଶୋଭା ପାଉନାହିଁ। ଉଦ୍ଧବ ଠାକରେ ନିକଟରେ ନାଗପୁରରେ କର୍ମୀଙ୍କୁ ସମ୍ବୋଧିତ କରି କହିଥିଲେ ବିଜେପି ନେତା ନାଗପୁର ପାଇଁ ‘କଳଙ୍କ’।

କାରଣ ସେ କେବେବି ଏନସିପି ସହ ମେଣ୍ଟ କରିବେ ନାହିଁ ବୋଲି କହିଥିଲେ । ହେଲେ ସେମାନେ ଏମିତି କରିଛନ୍ତି। ଠାକରେ ଫଡନଭିସଙ୍କର ଏକ ପୁରୁଣା ଅଡିଓ କ୍ଲିପ ପ୍ଲେ କରିଥିଲେ ଯେଉଁଥିରେ କୁହାଯାଇଥିଲା କି ସେ କେବେବି ଏନସିପି ସହିତ ହାତ ମିଳାଇବେ ନାହିଁ। ଏହି ଭିଡିଓ ପ୍ଲେ ହେବାବେଳେ ଠାକରେ କହିଥିଲେ ଯେ ନେତାଙ୍କ ବିଜେପି ନାଁର ଅର୍ଥ ହେଉଛି ହଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?