Masthead

ହନିଟ୍ରାପ କ’ଣ?, କେଉଁଠୁ ଆରମ୍ଭ ହୋଇଛି ହନିଟ୍ରାପର ଚେର?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ହନିଟ୍ରାପକୁ ନେଇ ସବୁଠି ଚର୍ଚ୍ଚା । ତେବେ କ’ଣ ଏହି ହନିଟ୍ରାପ? କେମିତି ଶୀକାର ହୁଅନ୍ତି ଲୋକେ? କେମିତି କରାଯାଏ ଟଙ୍କା ହଡ଼ପ? କେଉଁଠୁ ଆସିଥିଲା ଏହି ଟ୍ରାପ ପ୍ରସଙ୍ଗ? ୧୯୭୪ରେ ଉତ୍ପତ୍ତି ଲାଭ କରିଥିଲା ଶବ୍ଦ ହନିଟ୍ରାପ । ବି୍ରଟିଶ ଲେଖକ ଜନ ଲେ କେରି ତାଙ୍କର ଗୁଇନ୍ଦା ଉପନ୍ୟାସରେ ଏହି ଶବ୍ଦକୁ ସ୍ଥାନ ଦେଇଥିଲେ । ପ୍ରଥମ ବିଶ୍ୱଯୁନ୍ଧ ସମୟରେ ବିଶ୍ୱର ପ୍ରଥମ ହନିଟ୍ରାପର ମାମଲା ସାମ୍ନାକୁ ଆସିଥିଲା । ସେତେବେଳେ ଫ୍ରାନ୍ସ ସୈନିକଙ୍କୁ ଯୁଦ୍ଧରେ ହରାଇବା ପାଇଁ ଜାଲରେ ଫଶାଉଥିଲେ ବିପକ୍ଷ ଦଳର ମହିଳା । ସେବେଠାରୁ ଏହି ଶବ୍ଦ ଓ ଏହାର ବ୍ୟବହାର ଆରମ୍ଭ ହୋଇଥିଲା । ତେବେ ଭାରତରେ ହନିଟ୍ରାପ ମାମଲା ୧୯୮୦ ମସିହାରେ ସାମ୍ନାକୁ ଆସିଥିଲା ।

 

ଭାରତର ଗୁଇନ୍ଦା ସଂସ୍ଥା ର’ର ଅଧିକାରୀ କେବି ଉନ୍ନିକୃଷ୍ଣନ ଏହାର ଶୀକାର ହୋଇଥିଲେ । ତେବେ ଏହି ହନିଟ୍ରାପର କେମିତି ଶୀକାର ହୁଅନ୍ତି ଲୋକେ? ସାଧାରଣତଃ କୌଣସି ବିଶେଷ ବା ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଁ ସୁନ୍ଦରୀ ମହିଳାମାନଙ୍କ ଦ୍ୱାରା ସୁସମ୍ପର୍କ ସ୍ଥାପନ କରି ଜରୁରୀ ସୂଚନା ହାତେଇବାକୁ ହନିଟ୍ରାପ କୁହାଯାଏ । ନଗ୍ନ ଭିଡିଓ ଆଧାରରେ ବ୍ଲାକମେଲ କରିବାକୁ ମଧ୍ୟ ହନିଟ୍ରାପ କୁହାଯାଏ । ମୁଖ୍ୟତଃ ପଡ଼ୋଶୀ ପାକିସ୍ତାନ ପକ୍ଷରୁ ଏହି ଜାଲ ବିଛା ଯିବାର ନଜର ରହିଛି । ଯାହା ଦ୍ୱାରା ଯୁବତୀଙ୍କ ଆଳରେ ପାକିସ୍ତାନ ଆଇଏସଆଇ, ଏଆଇ ବା ଆର୍ଟିଫିସିଆଲ ଇଂଟେଲିଜେନ୍ସର ବ୍ୟବହାର କରିଥାଏ । ଏଥିରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଝିଅମାନଙ୍କର ନକଲି ପ୍ରୋଫାଇଲ ତିଆରି କରାଯାଇଥାଏ । ନକଲି ପ୍ରେମ ସମ୍ପର୍କ ସ୍ଥାପନ କରନ୍ତି ମହିଳା ଓ ଯୁବତୀ । ଭାରତୀୟ ଯବାନ, ଅଧିକାରୀ ଓ କର୍ମଚାରୀଙ୍କୁ ଟାର୍ଗେଟ କରାଯାଇଥାଏ ।

 

ଯାହା ଦ୍ୱାରା ସେମାନଙ୍କ ମାଧ୍ୟମରେ ଭାରତର ସାର୍ବଭୌମତ୍ୱ ତଥା ଗୁପ୍ତନୀତିକୁ ହାତେଇବା ସଫଳ ହୋଇଥାଏ । ପୂର୍ବରୁ ଅନେକ ପ୍ରତିରକ୍ଷା ଅଧିକାରୀ ହନି ଟ୍ରାପ୍ରେ ଫସି ଅତ୍ୟନ୍ତ ଗୋପନୀୟ ତଥ୍ୟକୁ ସେୟାର କରିଛନ୍ତି। ଭାରତରୁ ଗୁରୁତ୍ବପୂର୍ଣ୍ଣ ସାମରିକ ସୂଚନା ପାଇବା ପାଇଁ ପାକିସ୍ତାନ ଏହି ମାଧ୍ୟମର ବହୁଳ ବ୍ୟବହାର ଗତ କିଛିବର୍ଷ ହେଲା କରିଆସୁଛି। ପାକିସ୍ତାନ ସେନାର ମୁଖ୍ୟାଳୟ ହେଉଛି ରାୱଲପିଣ୍ଡି। ସେଠାରେ ଫାତିମା ଜିନ୍ନା ମହିଳା ବିଶ୍ବବିଦ୍ୟାଳୟ ରହିଛି। ସେଠାରେ ହନି ଟ୍ରାପ ପାଇଁ ବଛା ଯାଇଥିବା ମହିଳାଙ୍କୁ ତାଲିମ ଦିଆଯାଇଥାଏ। ଏହି ବିଷୟ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ୨୦୧୯ରେ ପ୍ରଥମ ଥର ଲାଗି ବିଶ୍ବବିଦ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆ ସ୍ପେସାଲିଷ୍ଟ ପଦବି ପାଇଁ ଏକ ବିଜ୍ଞାପନ ଜାରି ହୋଇଥିଲା। ତେବେ ଏହି ହନିଟ୍ରାପକୁ ରୋକା ନ ଗଲେ ଭାରତର ଅକ୍ଷୁର୍ଣ୍ଣତା ଉପରେ ଆଂଚ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା