Masthead

ଭାଙ୍ଗିଲା ନଦୀ ବନ୍ଧ, ବିଧାୟକଙ୍କୁ ଚାପୁଡ଼ା ମାରିଲେ ମହିଳା

ହରିୟଣା  (ବଡ଼ ଖବର ବ୍ୟୁରୋ):  ବିଧାୟକଙ୍କୁ ଚାପୁଡ଼ା ମାରିଲେ ମହିଳା । ଏଭଳି ଘଟଣା ଘଟିଛି ହରିୟାଣା କୈଥଲ ଜିଲ୍ଲାରେ । ଚାରି ଆଡ଼େ ଲାଗି ରହିଛି ବନ୍ୟା ପରିସ୍ଥିତି । ହରିୟାଣର କୈଥଲ ନିର୍ବାଚନ ମଣ୍ଡଳୀରେ ବନ୍ୟା ପରିସ୍ଥତି ସମୀକ୍ଷା କରିବା ପାଇଁ ଯାଇଥିଲେ ‘ଜେଜେପି’ ବିଧାୟକ ଈଶ୍ବର ସିଂହ । ସେହିଠାରେ ଜଣେ ମହିଳା ତାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଘାଗ୍ଗର ନଦୀ ଉଛୁଳିବା ଯୋଗୁଁ ଘୁଲା ନିର୍ବାଚନ ମଣ୍ଡଳୀ ଭାଟିଆ ଗାଁରେ ଭୀଷଣ ବନ୍ୟା ହୋଇଥିଲା। ବିଧାୟକ ସିଂହ ସେଠାରେ ପହଞ୍ଚି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବାକୁ ଆସିଛନ୍ତି ବୋଲି ଗାଁର କିଛି ଲୋକ ଜାଣିଥିଲେ ।

କିଛି ମହିଳା ଓ ଆଉ କିଛି ଲୋକ ବିରକ୍ତି ହୋଇ କହିଥିଲେ କି, ଜଳଭଣ୍ଡାର ବନ୍ଧରେ ଘାଇ ହେବାରୁ ଗାଁ ବଢ଼ିପାଣିରେ ବୁଡ଼ିଗଲା। ବିଧାୟକ ସିଂହ କହିଛନ୍ତି, ମହିଳାଜଣକ କହିଲେ ଯେ, ସେ ଚାହିଁଥିଲେ ବନ୍ଧ ଭାଙ୍ଗି ନ ଥା’ନ୍ତା। ଏ ବନ୍ୟା ଗତ କିଛି ଦିନ ହେଉଥିବା ପ୍ରବଳ ବର୍ଷାଜନିତ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଯେତେ କହିଲେ ବି ସେ ବୁଝି ନ ଥିଲେ। ଜନସାଧାରଣଙ୍କ ସମ୍ମୁଖରେ ମହିଳାଜଣକ ଗାଳିଗୁଲଜ କରି ଏବେ କାହିଁକି ଆସିଛ ବୋଲି କହିବା ସହିତ ବିଧାୟକ ସିଂହଙ୍କୁ ଚାପୁଡ଼ା ମାରିଥିଲେ । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ